ଜମୁଛି ବରଗଡ଼ ଧନୁଯାତ୍ରା: ବିଜୁଳି କନ୍ୟାଙ୍କ ଦୈବବାଣୀ ପରେ ବଢ଼ିଲା ମହାରାଜ କଂସଙ୍କ ଚିନ୍ତା, କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ପଠାଇଲେ ରାକ୍ଷସ

Advertisment
ଉଠୁଛି ପଡୁଛି ବରଗଡ...ଧନୁଯାତ୍ରାର ଆକର୍ଷଣ ସାଜିଛି ମଥୁରା ନରେଶଙ୍କ ରାଜଦରବାର...ବିରାଟ ମଞ୍ଚରେ ପାତ୍ରମନ୍ତ୍ରୀଙ୍କ ସହ ଅଭିନୟ କରି ଦର୍ଶକଙ୍କ ମନ ମୋହୁଛନ୍ତି କଂସ ମହାରାଜା

କନକ ବ୍ୟୁରୋ: ତତେ ମାରିବ ଯିଏ, ଗୋପରେ ବଢୁଛି ସିଏ । ବିଜୁଳି କନ୍ୟାଙ୍କ ଏହି ଆକାଶବାଣୀ ମହାରାଜ କଂସକୁ ଆହୁରୀ ବିବ୍ରତ କରି ଦେଇଛି । କ’ଣ କରିବେ ମହାରାଜ କିଛି ଚିନ୍ତା କରିପାରୁନାହାଁନ୍ତି । ଆଉ ଏତିକି ବେଳେ ବଢ଼ି ଯାଇଛି ମଥୁରାନରେଶଙ୍କ ଅତ୍ୟାଚାର । ଋଷିମୁନିଙ୍କ ଉପରେ ଆରମ୍ଭ ହୋଇଛି ଜୁଲମ୍ । ସେପଟେ କୃଷ୍ଣ-ବଳରାମଙ୍କ ବଦ୍ଧ କରିବା ପାଇଁ ପଠାଇଛନ୍ତି-ଗୋଟିଏ ପରେ ଗୋଟିଏ ରାକ୍ଷାସ । ଆଉ ଏସବୁ ଭିତରେ ଭଗବାନ କୃଷ୍ଣକୁ ପାଖରେ ପାଇ ବେଶ ଖୁସୀ ଗୋପୁରବାସୀ । ଗୋପୁରରେ ଚାଲିଛି ମହାପ୍ରଭୁଙ୍କ ବାଲ୍ୟଲୀଳା ।

publive-image

ଗୋପପୁରବାସୀ ଫେରି ଯାଇଛନ୍ତି ଦ୍ୱାପର ଯୁଗକୁ। ସମସ୍ତେ କୃଷ୍ଣଲୀଳାରେ ବିଭୋର। ପ୍ରତି ଗୋପପୁରବାସୀ ନିଜକୁ ସଜେଇ ଦେଇଛନ୍ତି ଗୋପୀ-ଗୋପାଳ ଭାବେ। ଘରେଘରେ ପୂର୍ଣ୍ଣକୁମ୍ଭ ସହ ମୁରୁଜ ଧୂପ, ଦୀପ, ନେବଦ୍ୟ ଧରି ଅପେକ୍ଷା କରିଛନ୍ତି କୃଷ୍ଣ-ବଳରାମଙ୍କ ପାଦ ଧୋଇ ପୂଜାର୍ଚ୍ଚନା ପାଇଁ । ହେଲେ ‘ତତେ ମାରିବ ଯିଏ ଗୋପେ ବଢୁଛି ସିଏ’ ଶୂନ୍ୟବାଣୀ ଶୟନେ ସପନେ ଜାଗରଣେ ମହାରାଜ କଂସକୁ କରିଛି ବ୍ୟସ୍ତ ବିବ୍ରତ। ନିଜର ମୃତ୍ୟୁ ତଥା ଶୂନ୍ୟବାଣୀକୁ ନେଇ ଚିନ୍ତିତ ଥିବା କଂସାଶୁର ପୁତନା, ବକା, ଶକଟା, ତୃଣା, ଧେନୁ, ଷଣ୍ଢାସୁର ଆଦିଙ୍କୁ ସେହି ଅଲୌକିକ ତଥା କଅଁଳ ଶିଶୁ କୃଷ୍ଣଙ୍କୁ କିପରି ହତ୍ୟା କରିବା ପାଇଁ ଗୋପପୁର ପଠାଇଥିଲେ।

publive-image

ଅସୁରମାନେ ବିଭିନ୍ନ ମୟାବୀ ରୂପଧରି ଗୋପପୁରରେ ପହଂଚିବାପରେ ଜଣ ଜଣକରି ପ୍ରାଣ ହରାଇଲେ କୃଷ୍ଣଙ୍କ ହାତରେ। ମାୟାବୀ ରାକ୍ଷସ ରାକ୍ଷସୀଙ୍କ ଶକ୍ତିକୁ ପରାହତ କଲେ କୃଷ୍ଣ-ବଳରାମ। ପୁତନାର ବିଷ ମିଶ୍ରିତ କ୍ଷୀର ପିଇ ପ୍ରାଣ ହରାଇ ସାରିଥିଲେ ଅନେକ ଶିଶୁ। ଫଳରେ ଶିଶୁ କୃଷ୍ଣଙ୍କ ଏସବୁ ଅଲୌକିକ ଶକ୍ତିରେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ଗୋପପୁରବାସୀ। କ୍ଷୀର ପିଇ ପୁତନାର ପ୍ରାଣକୁ ଶୋଷି ନେଲେ କୃଷ୍ଣ। ଅସାଧାରଣ ଶକ୍ତିର ଅଧିକାରୀ ଶିଶୁ କୃଷ୍ଣଙ୍କ ଜୟ ଜୟକାରରେ ସମସେ୍ତ ବିଭୋର। ଏହା ସହିତ କୃଷ୍ଣ-ବଳରାମ ଗୋପାଳ ପୁଅଙ୍କ ସହିତ ନୃତ୍ୟଗୀତରେ ଗୋପପୁର ପରିକ୍ରମା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe