ସିଲ ହେଲା ସୂର୍ଯ୍ୟନଗର । ୫ମ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଗଲା । ସମ୍ପୃକ୍ତ ଅଞ୍ଚଳକୁ ଯିବାଆସିବା ମନା । ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଲାଗିଲା କଟକଣା ?

1,084

କନକ ବ୍ୟୁରୋ: ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର । ଜନହିତ ପାଇଁ ଆକ୍ରାନ୍ତଙ୍କ ନାମ ଓ ଠିକଣା ପ୍ରକାଶ କଲେ ରାଜ୍ୟ ସରକାର । ଏଥିସହ ୫ମ ଆକ୍ରାନ୍ତ ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବିଏମସି । ଲୋକଙ୍କ ହିତ ପାଇଁ ୫ମ ଆକ୍ରାନ୍ତ ପ୍ରଦୀପ୍ତ ଦଳବେହେରାଙ୍କ ଅଞ୍ଚଳ ସୂର୍ଯ୍ୟନଗରକୁ ସିଜ କରାଗଲା ।

ଆକ୍ରାନ୍ତ ରହୁଥିବା ଅଞ୍ଚଳରେ ଲାଗିଲା କଟକଣା । ଆକ୍ରାନ୍ତ ବ୍ୟକ୍ତି ରହୁଥିବା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଗଲା । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନିଷିଦ୍ଧାଞ୍ଚଳକୁ ପ୍ରବେଶ- ପ୍ରସ୍ଥାନ ମନା । ଉକ୍ତ ଅଞ୍ଚଳରେ ବ୍ୟାରିକେଡ କରାଯିବ । ତେବେ ଗୋପବନ୍ଧୁ ଛକରୁ ଏଲଆଇସି ଛକ, ଏଲଆଇସି ଛକରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁର ଛକ ଏବଂ ଶିରିପୁରରୁ ପୁଣି ଗୋପବନ୍ଧୁ ଛକ ଯାଏଁ ନିଷିଦ୍ଧାଞ୍ଚଳ ଘୋଷଣା ହୋଇଛି ।
ତେବେ ନିଷିଦ୍ଧାଞ୍ଚଳରେ ଲୋଙ୍କ ସୁବିଧା ପାଇଁ ଧ୍ୟାନ ଦିଆଯିବ । ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ବ୍ୟବସ୍ଥା କରାଯିବ । ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରୀ ଟିମ ଦୈନିକ ଘର ଘର ବୁଲି ସେବା ଯୋଗାଇବେ ବୋଲି ବିଏମସି କମିଶନର କହିଛନ୍ତି ।

ଆକ୍ରାନ୍ତ ବ୍ୟକ୍ତି ବିଦେଶ ଯାଇନଥିଲେ କି କୌଣସି ସ୍ଥାନକୁ ଯାତ୍ରା କରି ନଥିଲେ । ତେଣୁ ମାର୍ଚ୍ଚ ୧ ପରେ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଙ୍ଗରୋଧରେ ରୁହନ୍ତୁ । ଉକ୍ତ ବ୍ୟକ୍ତିଙ୍କ ପରିବାର ସହ କେହି ସାମାଜିକ ପକ୍ଷପାତିତା ନକରିବାକୁ ନିର୍ଦ୍ଦେଶ । କେହି ଯଦି ତାଙ୍କ ପରିବାର ସହ କ୍ଷତି ପହଞ୍ଚାଏ ତେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ।