କନକ ବ୍ୟୁରୋ : ବାରିପଦାରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ । ଆଜି ଶୁକ୍ରବାର ମୟୂରଭଞ୍ଜ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ସେହିଭଳି ବାରିପଦାରେ ପହଞ୍ଚି ଶ୍ରୀହରି ବଳଦେବଜିଉଙ୍କ ଦର୍ଶନ କରିବା ସହିତ ୫-ଟି ସଚିବ ପୂଜାର୍ଚ୍ଚନା କରିଛନ୍ତି ।

Advertisment

ସେଠାରେ ମନ୍ଦିର ଉନ୍ନତି ନେଇ ସେବାୟତ ମାନଙ୍କ ସହ ଆଲୋଚନା କରିଥଲେ । ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ୫-ଟି ସଚିବଙ୍କୁୁ ପ୍ରଦାନ କରିଥିଲେ । ସେହିଭଳି ବାରପଦାରେ ଥିବା ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚି କ୍ରିଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ ୫-ଟି ସଚିବ । ପରେ ସ୍ପୋର୍ଟସ ହଷ୍ଟେଲ ପିଲାମାନଙ୍କ ସହ ମିଶି ବ୍ରେକଫାଷ୍ଟ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହାପରେ ପାଲବଣି ନିକଟରେ ଥିବା ଫରେଷ୍ଟ ଗେଷ୍ଟ ହାଉସରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଓ ଅନେକ ସଙ୍ଗଠନର ସଦସ୍ୟ ମାନେ ତାଙ୍କୁ ଭେଟିବାକୁ ଆସିଥିଲେ । ତା ସହିତ ରାଇରଙ୍ଗପୁର ଗସ୍ତରେ ଆସି ପ୍ରଥମେ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥାନ ଦାଣ୍ଡବୋଷ ଗାଁରେ ଥିବା ତାଙ୍କ ସମାଧିସ୍ଥଳକୁ ଯାଇଥିଲେ । ସେଠାରୁ ଫେରି ଜନସାଧାରଣଙ୍କ ସହିତ ସାକ୍ଷାତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।