ଧର୍ମଶାଳାରେ ଫାଇଭ-ଟି ସଚିବଙ୍କ ଗସ୍ତ ପୂର୍ବରୁ କଂଗ୍ରେସର ବିରୋଧ ପ୍ରଦର୍ଶନ : କଳା ବେଲୁନ ଧରି ଗୋ ବ୍ୟାକ ନାରା ଦେଲେ କର୍ମୀ

128

କନକ ବ୍ୟୁରୋ : ଧର୍ମଶାଳାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିରୋଧ । ଯାଜପୁର ଜିଲ୍ଲାର ବରୀ ନିର୍ବାଚନମଣ୍ଡଳୀ ବ୍ରହ୍ମବରଦାକୁ ଜନଶୁଣାଣି ଶିବିରରେ ଯୋଗଦେବାକୁ ଯାଉଥିବା ସମୟରେ ୫ ଟି ସଚିବଙ୍କୁ କଂଗ୍ରେସ କର୍ମୀମାନେ ପ୍ରତିବାଦ କରିଛନ୍ତି । ସ୍ଥାନୀୟ କଂଗ୍ରେସ ନେତ୍ରୀ ଆରତୀ ଦେଓଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଛକରେ କଳା ବେଲୁନ ସହ ଗୋ ବ୍ୟାକର ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଛନ୍ତି । ସଚିବଙ୍କ ଗସ୍ତକୁ ସାରା ରାଜ୍ୟରେ ବିରୋଧ କରିବ ବୋଲି କଂଗ୍ରେସ କହିଛି । ଯାହାର ପ୍ରତିଫଳନ ସଚିବ ପାଣ୍ଡିଆନଙ୍କ ଗସ୍ତ ବେଳେ ଦେଖିବାକୁ ମିଳୁଛି ।