କନକ ବ୍ୟୁରୋ : ନୂଆପଡ଼ା ଗସ୍ତରେ ୫ଟି ସଚିବ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୧୩ଟି ସ୍ଥାନ ପରିଦର୍ଶନ କରିବା ସହ ଫାଇଭଟି ସ୍ଥାନରେ ସିଧାସଳଖ ଲୋକଙ୍କ ସହ ଆଲୋଚନା କରିବେ ୫ଟି ସଚିବ। ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ ସେବା, ଗମନାଗମନ ଭଳି ଅନେକ ବିଭାଗରେ କିଭଳି ଆହୁରି ଭଲ ସେବା ଯୋଗାଇ ଦିଆଯାଇ ପାରିବ ଏବଂ ପର୍ଯ୍ୟଟନସ୍ଥଳୀ ଓ ଦେବାଦେବୀ ପୀଠ ମାନଙ୍କର ବିକାଶ କିଭଳି ହୋଇପାରିବ ସେ ନେଇ କ୍ଷେତ୍ର ପରିଦର୍ଶନ କରିବେ।

Advertisment

ଏଥିସହ ନୂଆପଡାରେ ନିର୍ମାଣଧିନ ସରକାରୀ ବସଷ୍ଟାଣ୍ଡ ଦେଖି ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ମିଶନ ଶକ୍ତି ମହିଳା ଗ୍ରୁପ୍ ଙ୍କ ସହ ବିଶେଷ ଅଲୋଚନା ରହିଥିବା ବେଳେ ବିଭିନ୍ନ ସଂଗଠନ ତରଫରୁ ଏକ ଅଭିଯୋଗ ଶୁଣାଣି ଶିବିର ମାଧ୍ୟମରେ ଆଲୋଚନା କରିବେ । ସେହିପରି ପାତାଳଗଙ୍ଗା ଓ ପତୋରା ପର୍ଯ୍ୟଟନ ସ୍ଥଳି ପରିଦର୍ଶନ କରି ତାର ବିକାଶ ନେଇ ଆଲୋଚନା କରିବେ ଫାଇଭଟି ସଚିବ। ଏଥିସହ ସୁନାବେଡା ଅଭୟାରଣ୍ୟରେ ଥିବା ମାଆ ସୁନାଦେଇଙ୍କ ଦର୍ଶନ କରିବା ସହ ସେଠାକାର ବିକାଶ ଏବଂ ସେଠାରେ ରହୁଥିବା ଚକୋଟିଆ ଭୂଞ୍ଜିଆଙ୍କ ସମସ୍ୟା ଉପରେ ଆଲୋଚନା କରିବେ । ଦିନକରେ ପାଖାପାଖି ୨ ଶହ କିଲୋମିଟର ବାଟ ବୁଲିବାର କାର୍ଯ୍ୟକ୍ରମ ରହିଛି ।