କଟକରେ ଫାଇଭ୍ ଟି ସଚିବ । ବାଦାମବାଡି ବସଷ୍ଟାଣ୍ଡରର ସ୍ଥିତି ଅନୁଧ୍ୟାନ କଲେ ଭିକେ ପାଣ୍ଡିଆନ, ପରିମଳ ଓ ଜାଗା ଉପରେ ଗୁରୁତ୍ୱ

248

କନକ ବ୍ୟୁରୋ : କଟକ ବଡ ମେଡିକାଲ ପରେ ଫୋକସରେ ବାଦାମବାଡି ବସଷ୍ଟାଣ୍ଡ । ସକାଳୁ ସକାଳୁ ପହଁଚିଛନ୍ତି ଫାଇଭ ଟି ସଚିବ ଭି କେ ପାଣ୍ଡିଆନ । ଭୋର ପ୍ରାୟ ୪ଟାରେ ବାଦାମବାଡି ବସଷ୍ଟାଣ୍ଡରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପାଣ୍ଡିଆନ । ରାଜ୍ୟର ଏହି ସବୁଠାରୁ ବଡ ବସଷ୍ଟାଣ୍ଡରେ କଣ କଣ ସମସ୍ୟା ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ ଭଳି ମୁଖ୍ୟ ପ୍ରସଙ୍ଗ ରହିଛି ।

ବାଦାମବାଡି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଂଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି । ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନଙ୍କ ଏହି ଅନୁଧ୍ୟାନ ପରେ ବାଦାମବାଡି ବସଷ୍ଟାଣ୍ଡର ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି ।