କନକ ବ୍ୟୁରୋ : ପୁରୀ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ୫ଟି ସଚିବ ଭିକେ ପାଣ୍ଡିଆନ । ସେ ସ୍ୱର୍ଗଦ୍ୱାର ଉନ୍ନତି, ଗୋଶାଳା ଓ ଭିକ୍ଷୁକ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହାସହ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ସ୍ୱର୍ଗଦ୍ୱାର ଉନ୍ନତୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ୫ଟି ସଚିବ ।
ଶବଦାହ କରିବାକୁ ଆସୁଥିବା ଲୋକଙ୍କ ପାଇଁ ସେଡ୍ ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ଏହାସହ ବଡଦାଣ୍ଡକୁ ସଫାସୁତୁରା ରଖିବା ପାଇଁ ଗୋରୁ ଗାଇଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ୭ ଶହ ବୁଲା ଗାଇ ଗୋରୁଙ୍କ ସ୍ଥାନାନ୍ତରିତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୪୦୦ଙ୍କୁ ସ୍ଥାନାନ୍ତର କରାଯିବ ।/kanak/media/post_attachments/wp-content/uploads/2020/10/5d35cca3-1701-4822-9ed8-3489dc0c7f09-300x175.jpg)
ଅନ୍ୟପକ୍ଷରେ ଭିକ୍ଷାବୃତ୍ତି କରୁଥିବା ୫୦୦ ଭିକ୍ଷୁକଙ୍କୁ ଥଇଥାନ କରାଯାଇଛି । ଅନ୍ୟ ୧୫୦ ଭିକ୍ଷୁକଙ୍କୁ ତାଙ୍କ ପରିବାରକୁ ଫେରାଇଦିଆଯାଇଛି । ଏହାସହ ବାଙ୍ଗି ବିଚ ଓ ପୁରୀ ବ୍ଲୁ ଫ୍ଲାଗ ବିଚ ଯାଇ ସମୀକ୍ଷା କରିଛନ୍ତି ୫ଟି ସଚିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/843ceeca-c9b8-45cd-b7d0-7e74dbc526fe.jpg)