ତାଳଦଣ୍ଡା କେନାଲ ବନ୍ଧରେ ହେବ ୩ ଲେନର ରାସ୍ତା । ସୌନ୍ଦର୍ଯ୍ୟକରଣ ସହ ଝିଲମିଲ ଆଲୁଅରେ ଝଲସିବ କେନାଲ କୂଳ ରାସ୍ତା । ଭୋରରୁ କଟକ ଯାଇ ସମୀକ୍ଷା କଲେ ୫-ଟି ସଚିବ ।

502

କନକ ବ୍ୟୁରୋ: କଟକ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଘୋଷଣା କରିଥିଲେ ଉକ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ । ଚାଲିଥିବା କାମର ସମୀକ୍ଷା ସହ ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାଶ୍ୱର୍ରେ ୩ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ତାଳଦଣ୍ଡା କେନାଲନ ଦୁଇ ପାଶ୍ୱର୍ରେ ଥିବା ସଡକ ଜୋବ୍ରା ନିକଟ ରିଙ୍ଗ ରୋଡ୍ ଠାରେ ସଂଯୋଗ ପାଇଁ ଯୋଜନା ହୋଇଛି । ଯାହା ଫଳରେ ଏସସିବି ମେଡିକାଲ ଆସୁଥିବା ସହର ବାହାରର ରୋଗୀ ବିନା ଅସୁବିଧାରେ ଯାଆସ କରି ପାରିବେ ।

ତେବେ ଆଜି ଭୋର ୪ ଟାରେ ଫାଇବ୍ ଟି ସଚିବ ଭିକେ ପାଣ୍ଡିଆନ୍ କଟକ ଗସ୍ତ କରିଥିଲେ । ଏହି ଗସ୍ତ କାଳରେ କଟକ ବଡ ଡାକ୍ତରଖାନାର ଉନ୍ନତିକରଣ ତଥା ରାସ୍ତା ସମ୍ପ୍ରସାରଣ କାମର ସମୀକ୍ଷା କରିଛନ୍ତି । ଫାଇଭ୍ ଟି ସଚିବଙ୍କ ସହିତ ଏହି ଗସ୍ତ ସମୟରେ ସାମିଲ ହୋଇଥିଲେ ପୂର୍ତ ସଚିବ, ଶକ୍ତି ସଚିବ, ଆରଡିସି, କଟକ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ । ଏସସିବି ରାସ୍ତା ସମ୍ପ୍ରସାରଣର ସମୀକ୍ଷା କରାଯାଇଥିଲା । ତାଳଦଣ୍ଡା କେନାଲର ଉଭୟ ପାଶ୍ୱର୍ର ରାସ୍ତାକୁ ୩ ଲେନ୍ ରାସ୍ତା ସହିତ ସଂଯୋଗ ପାଇଁ ସମୀକ୍ଷା ପରେ ନିଷ୍ପତି ନିଆଯାଇଛି ।

ତାଳଦଣ୍ଡା କେନାଲର ଡାହାଣ ପାର୍ଶ୍ୱରେ ଥିବା ଯୋବ୍ରାରୁ ହିନ୍ଦ ସିନେମା ହଲ ରାସ୍ତା, ବାମ ପଟ କେନାଲ ଯୋବ୍ରାରୁ କଟକ ସୁଇଟ୍ ଷ୍ଟଲ୍ ଯାଏଁ ରାସ୍ତାର ସମ୍ପ୍ରସାରଣ ପାଇଁ ନିଷ୍ପତି ହୋଇଛି । ଗତ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ କଟକ ଗସ୍ତ ସମୟରେ କଟକ ବଡ ମେଡିକାର ରାସ୍ତା ସମ୍ପ୍ରସାରଣ ନେଇ ଘୋଷଣା କରିଥିଲେ । ତାଳଦଣ୍ଡା କେନାଲର ବାମ ଓ ଡାହାଣ ପାଶ୍ୱର୍ରେ ରାସ୍ତାର ସମ୍ପ୍ରସାରଣର ଆବଶ୍ୟକତା ଥିବା କୁହାଯାଇଥିଲା । କଟକ ଜିଲ୍ଲା ବାହାରୁ ଏସସିବିକୁ ଆସୁଥିବା ରୋଗୀଙ୍କ ଯାତ୍ରା ଯୋବ୍ରାରୁ କଟକ ବଡ ମେଡିକାଲ ଯାଏଁ ସୁବିଧାଜନକ କରିବାକୁ ରିଙ୍ଗ ରୋଡକୁ ସମ୍ପ୍ରସାରଣ କରାଯିବାକୁ ସରକାର ନିଷ୍ପତି ନେଇଛନ୍ତି । ବଡି ଭୋରରୁ କଟକ ଗସ୍ତ କରି ଏହି କାମର ସମୀକ୍ଷା କରିଛନ୍ତି ଫାଇବ୍ ଟି ସଚିବ ।