କନକ ବ୍ୟୁରୋ : ମଞ୍ଚ ଉପରୁ ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଭୋଟ୍ ମାଗିଛନ୍ତି ପାଣ୍ଡିଆନ । କହିଛନ୍ତି, ଗତ ନିର୍ବାଚନରେ ମାଲକାନଗିରି ଜିଲ୍ଲାରୁ କମ୍ ଭୋଟ୍ ମିଳିଥିଲା । କିନ୍ତୁ ଏଥର ଅଧିକ ଭୋଟ୍ ମିଳିବ ବୋଲି କହିଛନ୍ତି ପାଣ୍ଡିଆନ । ସେ ଆହୁରି କହିଛନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ଅନେକ ସୁବିଧା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୬ ମାସ ମଧ୍ୟରେ ପ୍ରତି ପଂଚାୟତରେ ଆମ ବ୍ୟାଙ୍କ ଖୋଲାଯିବ । ମିଶନ୍ ଶକ୍ତି ମା’ମାନଙ୍କୁ ଆଉ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ରୋକିବା ପାଇଁ କିଛି ବ୍ୟକ୍ତି ଅପପ୍ରଚାର କରୁଛନ୍ତି । ସେମାନଙ୍କୁ ଉଚିତ ଜବାବ ଦେବାକୁ ପଡ଼ିବ ବୋଲି ପାଣ୍ଡିଆନ କହିଛନ୍ତି । ଏହାସହ ସବୁ ଅଭିଯୋଗକୁ ୭ ଦିନ ଭିତରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ ।
ଭୋଟ୍ ମାଗିଲେ ଫାଇଭ-ଟି ଅଧ୍ୟକ୍ଷ । ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଭିକେ ପାଣ୍ଡିଆନ କହିଲେ, ପୂର୍ବଥର କମ୍ ଭୋଟ୍ ମିଳିଥିଲା, ଏଥର ଅଧିକ ଭୋଟ୍ ମିଳିବ
/kanak/media/post_attachments/wp-content/uploads/2023/12/5-37.jpg)