କନକ ବ୍ୟୁରୋ : ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଯାଜପୁର ଗସ୍ତକୁ ବିରୋଧ । କଂଗ୍ରେସ, ବିଜେପି ସମେତ ବିରୋଧ କଲା ନବନିର୍ମାଣ ସଂଘ । ଆଜି ଯାଜପୁର ଧର୍ମଶାଳା ଗସ୍ତରେ ଯାଇଛନ୍ତି ପାଣ୍ଡିଆନ । ଗୋପବନ୍ଧୁ ଛକରେ କଂଗ୍ରେସ କର୍ମୀମାନେ କଳା ପୋଷାକ ପିନ୍ଧି ପାଣ୍ଡିଆନ୍ ଗୋ ବ୍ୟାକ୍ ନାରା ଦେଇଛନ୍ତି । ସେହିପରି ବିଜେପି କର୍ମୀମାନେ ସଚିବ ରାଜନୀତି କରୁଥିବା ଅଭିଯୋଗରେ ପ୍ରତିବାଦ କରିଛନ୍ତି ।

Advertisment

ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ମଧ୍ୟ ବିରୋଧ କରାଯାଇଛି ଫାଇଭ୍-ଟି ସଚିବଙ୍କ ଆଜି ଯାଜପୁର ଜିଲ୍ଲାର ବଡ଼ଚଣା ଓ ଧର୍ମଶାଳା ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଚଣ୍ଡିଖୋଲ ମହାବିନାୟକ ମନ୍ଦିର ପରିଦର୍ଶନ କରିବା ସହ ଜନ ଅଭିଯୋଗ ଶିବିରରେ ଅଭିଯୋଗ ଗ୍ରହଣ କରିବେ । ଏହା ପରେ ଜାରକା ମହୋତ୍ସବ ପଡ଼ିଆରେ ଆୟୋଜିତ ଏକ ସଭାରେ ଯୋଗଦେବେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ୍ ।