କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ୫ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ଅଲାରନାଥ ମନ୍ଦିର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତୀର୍ଥଯାତ୍ରୀଙ୍କ ପାଇଁ ଆବଶ୍ୟକ ଥିବା ସୁବିଧା ବାବଦରେ ସମୀକ୍ଷା କରିବା ଓ ମନ୍ଦିର ଭିତ୍ତିଭୂମୀର ବିକାଶ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେଠାରେ ପହଂଚିଥିଲେ ୫ ଟି ସଚିବ । ପ୍ରଭୁ ଅଲାରନାଥ ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିନିଧି ଭାବେ ପୂଜା ପାଇଥାନ୍ତି । ମହାପ୍ରଭୂଙ୍କ ସ୍ନାନଯାତ୍ରା ସମୟରେ ଅଲାରନାଥ ମନ୍ଦିରରେ ମହାପ୍ରଭୂ ୧୫ ଦିନ ପାଇଁ ରହିଥାନ୍ତି । ଏହାସହ ଏହି ସ୍ଥାନଟି ରାମାନୁଜାଚାର୍ଯ୍ୟ ଓ ଶ୍ରୀ ଚୈତନ୍ୟଙ୍କ ପରି ସାଧୁମାନଙ୍କ ତୀର୍ଥଯାତ୍ରା ପାଇଁ ବେଶ୍ ପ୍ରସିଦ୍ଧ ।

Advertisment

ଆଜି ସେଠାରେ ୫ଟି ସଚିବ ଭିକେ ପାଣ୍ଡିଆନ ପହଂଚି ମନ୍ଦିରର ବିଭିନ୍ନ ସମସ୍ୟା ବାବଦରେ ସେବକମାନଙ୍କ ସହ ଆଲୋଚନା କରିଥିଲେ । ବିସ୍ତୁତ ଆଲୋଚନା ପରେ ସେ ଅଧିକାରୀମାନଙ୍କୁ ତୀର୍ଥଯାତ୍ରୀ, ପର୍ଯ୍ୟଟକ ଓ ସେବକମାନଙ୍କ ପାଇଁ ୧୫ ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଗସ୍ତବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲପାଳ ସମର୍ଥ ବର୍ମା, କାର୍ଯ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ଓବିସିସି ଅଧିକାରୀମାନେ ଉପସ୍ଥିତ ଥିଲେ ।