କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍, ଏନଆରଏଚଏମ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଏନଟିପିସି କୋଭିଡ ହସ୍ପିଟାଲକୁ ଯାଇ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି । ଏହି ଗସ୍ତରେ ଜିଲ୍ଲାରେ କୋଭିଡ ତୃତୀୟ ଲହର ମୁକାବିଲା ନେଇ ସମୀକ୍ଷା କରିଛନ୍ତି ଶୀର୍ଷ ଅଧିକାରୀ । ଯଦି ତୃତୀୟ ଲହର ଆସେ, ତେବେ ଏହାର ମୁକାବିଲା ପାଇଁ ଜିଲ୍ଲା କିପରି ପ୍ରସ୍ତୁତ ରହିଛି, ସେନେଇ ସ୍ଥିତି ସମୀକ୍ଷା କରିଛନ୍ତି । ସୁନ୍ଦରଗଡ ଗସ୍ତରେ ବିଭିନ୍ନ ପ୍ରକଳ୍ପ ଓ ଏନଟିପିସି ମେଡିକାଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଥିଲା ।

Advertisment

ଅଲିମ୍ପିକ୍ସ ଓ ହକିକୁ ନେଇ କିଛି ଦିନ ହେଲା ଚର୍ଚ୍ଚାରେ ଥିବା ସୁନ୍ଦରଗଡ ଆଜି ଭିନ୍ନ କାରଣକୁ ନେଇ ପୁଣି ଚର୍ଚ୍ଚାରେ । ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ଦାବିରେ ୧୨ଘଂଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ରହିବା ସହ କାଁ ଭାଁ ଗାଡି ଚଳାଚଳ କରୁଛି । ଏପରିକି ବନ୍ଦ ଯୋଗୁଁ ଏମସିଏଲର କୋଇଲା ପରିବହନ ପ୍ରଭାବିତ ହୋଇଛି ।