କନକ ବ୍ୟୁରୋ : ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ୍ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଜିଲ୍ଲାରେ କୋଭିଡ ତୃତୀୟ ଲହର ମୁକାବିଲା ନେଇ ସମୀକ୍ଷା କରାଯିବ । ଯଦି ତୃତୀୟ ଲହର ଆସେ, ତେବେ ଏହାର ମୁକାବିଲା ପାଇଁ ଜିଲ୍ଲା କିପରି ପ୍ରସ୍ତୁତ ରହିଛି, ସେନେଇ ସ୍ଥିତି ସମୀକ୍ଷା କରିବେ । ସେହିପରି ଶିକ୍ଷା ବ୍ୟବସ୍ଥା ଓ ହକି ଭିତ୍ତିଭୂମି ନେଇ ମଧ୍ୟ ଅନୁଧ୍ୟାନ କରାଯିବ । ଜିଲ୍ଲାରେ ଶିକ୍ଷା ସଂସ୍କାର କିପରି ହୋଇଛି, ତାର ଅନୁଧ୍ୟାନ କରାଯିବ ସହ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରିବେ ଏହି ବରିଷ୍ଠ ଅଧିକାରୀ ।

Advertisment