ସକାଳେ ବଲାଙ୍ଗୀର, ମଧ୍ୟାହ୍ନରେ ସୋନପୁର । ବିଭିନ୍ନ ଡାକ୍ତରଖାନା ବୁଲି ସ୍ଥିତି ପରଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ

Advertisment
ସକାଳେ ବଲାଙ୍ଗୀର, ମଧ୍ୟାହ୍ନରେ ସୋନପୁର । ବିଭିନ୍ନ ଡାକ୍ତରଖାନା ବୁଲି ସ୍ଥିତି ପରଖିଲେ ୫ଟି ସଚିବ ଭି.କେ ପାଣ୍ଡିଆନ

କନକ ବ୍ୟୁରୋ: ବଲାଙ୍ଗୀର ଓ ସୋନପୁର ମୁଖ୍ୟ ଡାକ୍ତରଖାନାରେ ୫ଟି ସଚିବ । ଆଜି ବଲାଙ୍ଗିର ମୁଖ୍ୟଡାକ୍ତରଖାନା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭି.କେ. ପାଣ୍ଡିଆନ । ଏଠାରେ ସେ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ଓ ରୋଗୀଙ୍କ ଭଲମନ୍ଦ ବୁଝିଥିଲେ । ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ବି ସେ ପଚାରି ବୁଝିଥିଲେ । ରୋଗୀଙ୍କ ଅଭିଯୋଗର ଖୁବଶୀଘ୍ର ସମାଧାନ ହେବ ବୋଲି ୫ଟି-ସଚିବ ପ୍ରତିଶ୍ରୃତି ଦେଇଛନ୍ତି । ଏହାପରେ ପାଣ୍ଡିଆନ ସୋନପୁର ମୁଖ୍ୟ ଡାକ୍ତରଖାନା ଯାଇଥିଲେ । ଏଠାରେ ସେ ଡାକ୍ତରଖାନାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଛନ୍ତି । ଡାକ୍ତରଖାନାରେ ଥିବା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ସହ ଡାକ୍ତରଖାନା ଆହାର କେନ୍ଦ୍ରରେ ଭୋଜନ କରିଥିଲେ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନ ।

publive-image

ଉଲ୍ଲେଖ ଥାଉ କି, ଗତକାଲି ମଧ୍ୟ ଭୋର ପାଖାପାଖି ୫ଟା ବେଳେ କଟକ ବଡମେଡିକାଲରେ ପହଞ୍ଚି ଯାଇଥିଲେ ‘୫-ଟି’ ସଚିବ ଓ ତାଙ୍କ ପୂରା ଟିମ୍ ଆଉ ଗତକାଲିର ଏହି ଯାଞ୍ଚରେ କିନ୍ତୁ ସଚିବ ଓ ଅଧିକାରୀମାନେ ୱାର୍ଡ ନ ବୁଲି ଭିତ୍ତିଭୂମିର ସମୀକ୍ଷାକୁ ଗୁରୁତ୍ବ ଦେଇଥିଲେ। ଅଧିକାରୀମାନଙ୍କ ସହିତ ରୁଦ୍ଧଦ୍ବାର ବୈଠକ କରି କଟକ ବଡ଼ ମେଡିକାଲର ବିକାଶ ସଂପର୍କରେ ଆଲୋଚନା କରିଥିଲେ।

publive-image

ଗତକାଲି ସଚିବ ଓ ଅଧିକାରୀମାନେ ସିଧାସଲଖ ଭିତ୍ତିଭୂମିର ବିକାଶ ସମ୍ଭାବନାକୁ ନେଇ କାଠଯୋଡ଼ି ରିଂ ବନ୍ଧଠାରୁ ଆରମ୍ଭ କରି ଯୋବ୍ରା ଅଞ୍ଚଳ ଏବଂ ଏସ୍ସିବିକୁ ସଂଲଗ୍ନ କରୁଥିବା ବିଭିନ୍ନ ରାସ୍ତା ବୁଲି ଦେଖିଥିଲେ। ତା’ ସହିତ ଏସସିବି ଖେଳପଡ଼ିଆ, ପିଜି ହଷ୍ଟେଲ ପାଖ ଅଂଚଳ ବୁଲି ଦେଖିଥିଲେ। ଏସସିବିକୁ ୪ ଥାକିଆ ରାସ୍ତା ସହ କିପରି ଏହାର ଭିତ୍ତିଭୂମିର ବିକାଶ କରାଯିବ ସେ ସଂପର୍କରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍, ସ୍ବାସ୍ଥ୍ୟ ସଚିବ ଡକ୍ଟର ପ୍ରମୋଦ କୁମାର ମେହେର୍ଦ୍ଦା, ଏନ୍ଆରଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ପୂର୍ତ୍ତ ବିଭାଗ ସଚିବ ଡକ୍ଟର କିସନ କୁମାର ସମୀକ୍ଷା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe