କାଲି ପୁରୀ ପରେ ଆଜି କେନ୍ଦ୍ରାପଡା ଗସ୍ତରେ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ: କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ନଦୀ ଭିତ୍ତିକ ବନ୍ଦର ପ୍ରତିଷ୍ଠା ଯୋଜନାର ସମୀକ୍ଷା

ଆଖଡାଶାହୀ କ୍ଷେତ୍ର ପରିଦର୍ଶନ କଲେ ପାଣ୍ଡିଆନ

195

କନକ ବ୍ୟୁରୋ: ଗତକାଲି ପୁରୀ ପରେ ଆଜି କେନ୍ଦ୍ରାପଡା ମହାକାଳପଡ ବ୍ଲକ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ । ଆଖଡାଶାହୀ କ୍ଷେତ୍ର ପରିଦର୍ଶନ କରଛନ୍ତି ପାଣ୍ଡିଆନ । ପାରାଦୀପ ପଟରୁ ଏକ ବୋଟ ସାହାର୍ଯ୍ୟରେ ଆସି ବାହାକୁଦ ଘାଟରେ ଓହ୍ଲାଇଥିଲେ । ଏହା ପରେ ବିଧାୟକ ଅତନୁ ସବ୍ୟସାଚି ନାୟକ ଓ ଜିଲ୍ଲାପାଳଙ୍କ ସହିତ ବନ୍ଦର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ପାଣ୍ଡିଆନଙ୍କ ସହ  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆଖଡାଶାହୀ ପରିଦର୍ଶନ କରିଥିଲେ । କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ଏକ ନଦୀ ଭିର୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଂଚଳରେ ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ୪ ହଜାର ୬୨ କୋଟି ବ୍ୟୟ ଅଟକଳରେ ଏହି ବନ୍ଦର କରାଯିବ ।