କନକ ବ୍ୟୁରୋ: ଗତକାଲି ପୁରୀ ପରେ ଆଜି କେନ୍ଦ୍ରାପଡା ମହାକାଳପଡ ବ୍ଲକ ଯାଇଛନ୍ତି ଫାଇଭ ଟି ସଚିବ ଭି.କେ.ପାଣ୍ଡିଆନ । ଆଖଡାଶାହୀ କ୍ଷେତ୍ର ପରିଦର୍ଶନ କରଛନ୍ତି ପାଣ୍ଡିଆନ । ପାରାଦୀପ ପଟରୁ ଏକ ବୋଟ ସାହାର୍ଯ୍ୟରେ ଆସି ବାହାକୁଦ ଘାଟରେ ଓହ୍ଲାଇଥିଲେ । ଏହା ପରେ ବିଧାୟକ ଅତନୁ ସବ୍ୟସାଚି ନାୟକ ଓ ଜିଲ୍ଲାପାଳଙ୍କ ସହିତ ବନ୍ଦର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।
ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଆଖଡାଶାହୀ ପରିଦର୍ଶନ କରିଥିଲେ । କେନ୍ଦ୍ରାପଡା ଓ ମହାକାଳପଡା ବ୍ଲକରେ ଏକ ନଦୀ ଭିର୍ତିକ ବନ୍ଦର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତି ନେଇଛନ୍ତି । ଏହି ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଂଚଳରେ ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ୪ ହଜାର ୬୨ କୋଟି ବ୍ୟୟ ଅଟକଳରେ ଏହି ବନ୍ଦର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/33-12.jpg)