କନକ ବ୍ୟୁରୋ: ସକାଳୁ ସକାଳୁ ଭୁବନେଶ୍ୱରରେ ସ୍କୁଲ ପରିଦର୍ଶନ କଲେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ । ବିଏମସି ଅଂଚଳରେ ଥିବା ୟୁନିଟ ୬, ୟୁନିଟ ୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ ୯ ବାଳିକା ବିଦ୍ୟାଳୟ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି ପାଣ୍ଡିଆନ ।
ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଛନ୍ତି । ସାଇନ୍ସ ଲ୍ୟାବ, ସ୍ମାର୍ଟ କ୍ଲାସ ରୁମ୍, ଲାଇବ୍ରେରୀ ରିଡ଼ିଂ ରୁମ୍, ଓ ସ୍କୁଲ ଗୁଡ଼ିକରେ ଖେଳ ବ୍ୟବସ୍ଥା ନେଇ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ କିପରି ଭଲ ରେଜଲ୍ଟ କରିବେ ସେନେଇ ମଧ୍ୟ ଆଲୋଚନା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/01/5-17.jpg)
/kanak/media/post_attachments/wp-content/uploads/2021/01/IMG-20210117-WA0026.jpg)