କନକ ବ୍ୟୁରୋ : ଭଙ୍ଗା ଆଜବେଷ୍ଟସ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢା। ପୁରୁଣା କୋଠାକୁ ରଙ୍ଗମାରି ଲକ୍ଷାଧିକ ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ । ଶିକ୍ଷକ ବଦଳିକୁ ନେଇ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ। କଟକ ଜିଲ୍ଲା ନିଆଳି ବ୍ଲକ କର୍ସଦା ଲକ୍ଷ୍ମୀନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଅବ୍ୟବସ୍ଥା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ସାମ୍ନାକୁ ଆଣିଛି । ଶ୍ରେଣୀଗୃହ ଅଭାବରୁ ଭଙ୍ଗା ଆଜବେଷ୍ଟ ଘରେ ଛାତ୍ରଛାତ୍ରୀ ମାନେ ପାଠ ପଢୁଛନ୍ତି। ସେହିପରି ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପଢୁଥିବା ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ମଧ୍ୟ ଦେଖାଦେଇଛି। ସପ୍ତାହେ ମଧ୍ୟରେ ୨ଜଣ ଶିକ୍ଷକଙ୍କୁ ବଦଳି କରାଯାଇଥିଲେ ମଧ୍ୟ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ। ବ୍ଲକ ଶିକ୍ଷା ଅଧିକାରୀଙ୍କ ମନମୁଖୀ କାର୍ୟ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଭଙ୍ଗା ଆଜବେଷ୍ଟସ ତଳେ ଚାଲିଛି ଭବିଷ୍ୟତ ଗଢା । ପୁରୁଣା କୋଠାକୁ ରଙ୍ଗମାରି ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ
/kanak/media/post_attachments/wp-content/uploads/2024/07/15-11.jpg)