କନକ ବ୍ୟୁରୋ : ଫାଇଭ-ଟି ନାଁରେ ସବୁ ସ୍କୁଲକୁ ସ୍ମାର୍ଟ କରିବା ପାଇଁ ପୂର୍ବ ସରକାରଙ୍କ କେଳେଙ୍କାରୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ପୂର୍ବ ସରକାରଙ୍କ ନାରା ଥିଲା ‘କଥା କମ କାମ ବେଶୀ’। ହେଲେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ‘ଦୁର୍ନୀତି ବେଶୀ, କାମ କମ’। ଏକଥା ଆମେ କହୁନାହୁଁ। ଫାଇଭ-ଟି ଅନ୍ତର୍ଗତ ସ୍ମାର୍ଟ ସ୍କୁଲର ଏ ବିକଳ ଚିତ୍ର ଦେଖିଲେ ଆପଣ ଜାଣିପାରିବେ, କେତେ ସ୍ବଚ୍ଛତାର ସହ ଫାଇଭ-ଟି ଅଧିନରେ ହୋଇଥିଲା କାମ ।

Advertisment

ଫାଇଭ-ଟି ଅନ୍ତର୍ଗତ ସ୍କୁଲଗୁଡ଼ିକର ନବୀକରଣ ପାଇଁ ଲକ୍ଷାଧିକ ଟଙ୍କା ଅନୁମୋଦନ ହୋଇଥିଲା। ରାଜନଗର ବ୍ଲକ ନୂଆଗାଁର ସତ୍ୟ ଶିବ ସୁନ୍ଦର ସଂସ୍କୃତ ବିଦ୍ୟାଳୟରେ ଡିସେମ୍ବର ମାସରେ କାମ ଆରମ୍ଭ ହୋଇଥିଲା। କାମ ତ ସରିଲାନି। ଆଉ ଯେତିକି ବି କାମ ହୋଇଛି, ତାହା ପୁଣି ଅଧାପନ୍ତରିଆ। ସ୍ମାର୍ଟ କ୍ଲାସ ରୁମରେ ସ୍ମାର୍ଟ ଟିଭି ଅଛି, ହେଲେ ନାହିଁ ଇଣ୍ଟରନେଣ୍ଟ କନେକ୍ସନ। ସ୍ମାର୍ଟ କ୍ଲାସ ରୁମର ତଳେ ପଡ଼ିଛି ପାଲ। ଆଉ ତା’ ଉପରେ ବସି ପାଠ ପଢ଼ୁଛନ୍ତି ପିଲା। ଆଲଫା

 ରାଜନଗର ବ୍ଲକର ବାସୁଦେବ ବିଦ୍ୟାପୀଠର ଚିତ୍ର। ଇ-ଲାଇବ୍ରେରୀ ତ ଅଛି। ହେଲେ ବାହାରେ ଝୁଲୁଛି ତାଲା। ଭିତର ଅବସ୍ଥା ନକହିଲେ ଭଲ। ବିଶୁଦ୍ଧ ପାନୀୟ ବ୍ୟବସ୍ଥା ନାହିଁ। ସ୍ମାର୍ଟ ଟଏଲେଟରେ ଟାଇଲ୍ସ, ବେସିନ୍ କି ପ୍ୟାନ୍ ବସି ନାହିଁ। ସ୍କୁଲ ପରିସରରେ ଜମି ରହୁଛି ପାଣି। ଏତେ ସବୁ ଅବ୍ୟବସ୍ଥା ଭିତରେ କେମିତି ଚାଲିଛି ଏହି ସ୍ମାର୍ଟ ସ୍କୁଲ, ତାକୁ ନେଇ ଉଠୁଛି ପ୍ରଶ୍ନ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବୁ କାମର କାର୍ୟ୍ୟାଦେଶ ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ପରିଚାଳନା କରୁଛନ୍ତି ସହକାରୀ ଯନ୍ତ୍ରୀ। ଏନେଇ ତଥ୍ୟ ମାଗିବାରୁ କେହି ଉତ୍ତର ଦେବାକୁ ପ୍ରସ୍ତୁତ ନାହାନ୍ତି। ତେବେ ଏହି ବାବୁ ଓ ଫାଇଭ-ଟିର କାହିଁକି ତଦନ୍ତ ହେବ ନାହିଁ ସେ ନେଇ ପ୍ରଶ୍ନ ଉଠିଛି।