କନକ ବ୍ୟୁରୋ : ସ୍କୁଲର ରୂପାନ୍ତରଣ ନାଁରେ କେମିତି କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି କେନ୍ଦ୍ରାପଡାରେ ତାର ପର୍ଦାଫାଶ ହୋଇଛି। ଫଟା କାନ୍ଥ ଓ ଭଂଗା ଘରେ ରଂଗ ମାରି ପାଖାପାଖି ୧୫୯ କୋଟି ଟଙ୍କା ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ମୋ ସ୍କୁଲ୍ ଅଭିଯାନ, କର୍ପସ ଫଣ୍ଡ, ରାଜ୍ୟରେ ପ୍ରତ୍ୟକ ହାଇସ୍କୁଲର ରୁପନ୍ତରିକରଣ ପାଇଁ ୪୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା। ହେଲେ ଜିଲ୍ଲା ପ୍ରଶାସନ ହେଡ୍ମାଷ୍ଟରଙ୍କୁ ଚିଠି କରି ବ୍ଲକକୁ ଟଙ୍କା ନେଇ ଯାଉଥିଲେ। ( ଲେଟର..) ନଜର ପକାନ୍ତୁ ତତ୍କାଳିନ କେନ୍ଦ୍ରାପଡା ଡିଇଓ ପ୍ରଧାନଶିକ୍ଷକଙ୍କୁ କରିଥିବା ଚିଠି ଉପରେ। ବିଡିଓଙ୍କ ଆକାଉଂଟକୁ ଟ୍ରାନ୍ସଫର କରିବା ପାଇଁ ଏହି ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ତାପରେ ବିଡିଓଙ୍କ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ ପ୍ରଧାନଶିକ୍ଷକ। ଆଉ ମନଇଛା ଟଙ୍କା ଖର୍ଚ୍ଚ କରିଥିଲେ ବ୍ଲକ ଅଧିକାରୀ।
ଗୋଟିଏ କି ଦୁଇଟି ସ୍କୁଲ ନୁହେଁ, କେନ୍ଦ୍ରାପଡ଼ା ଜିଲ୍ଲାର ୩୫୪ଟି ଫାଇଭ-ଟି ସ୍କୁଲର ସ୍ଥିତି ସମାନ। ସ୍କୁଲକୁ ଆସିଥିବା ପ୍ରାୟ ୧୫୯ କୋଟି ଟଙ୍କା ବ୍ଲକ ଅଧିକାରୀ ଖର୍ଚ୍ଚ କରିଛନ୍ତି। ହେଲେ କାମ କଣ ହୋଇଛି ସେ ଚିତ୍ର ଆପଣଙ୍କ ସାମନାରେ। ଏକଥାକୁ ବର୍ତମାନର ଡିଇଓ ମଧ୍ୟ ସ୍ବୀକାର କରିଛନ୍ତି।
ଫାଇଭ-ଟି ସ୍କୁଲ ମହାଲୁଟ ସାମନାକୁ ଆସିବା ପରେ କଡା ଆଭିମୁଖ୍ୟ ଦେଖାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କହିଛନ୍ତି, ଯଦି ଫାଇଭ-ଟି ସ୍କୁଲ ନାଁରେ କୌଣସି ଅନିୟମିତତା କି ଦୁର୍ନୀତି ହୋଇଥିବ, ତାହେଲେ ସରକାର ଏହାର ତଦନ୍ତ କରିବେ । ତଦନ୍ତ ପରେ ଦୁର୍ନୀତି ବାହାରିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ।
ବାଇଟ୍ – ନିତ୍ୟାନନ୍ଦ ଗଣ୍ଡ, ଗଣଶିକ୍ଷା ମନ୍ତ୍ରୀ
ଫାଇଭ-ଟି ଅଧିନରେ ୫ହଜାରରୁ ଅଧିକ ସ୍କୁଲକୁ ୨ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି। ତେବେ ପ୍ରଶ୍ନ ଉଠୁଛି
- ଟଙ୍କା ଟ୍ରାନ୍ସଫର ପାଇଁ ପ୍ରଧାନଶିକ୍ଷକଙ୍କୁ ଚିଠି ଦେବାକୁ ଡିଇଓଙ୍କୁ କିଏ ଦେଇଥିଲା ନିର୍ଦ୍ଦେଶ?
- କୋଟି କୋଟି ଟଙ୍କା ଦୁର୍ନୀତି ପଛର ମହାନାୟକ କିଏ?