୫T ପ୍ରଭାବ ପଡିଲା, ପଦୋନ୍ନତି ମିଳିଲା: ଗୋଟିଏ ସପ୍ତାହରେ ୩୧୬୬ ଜଣ ସରକାରୀ କର୍ମଚାରୀଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର

1,343

କନକ ବୁରୋ: ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେଲେ ସରକାର । ଫାଇଭ ଟି ପ୍ରଭାବରେ ଗୋଟିଏ ସପ୍ତାହରେ ୩୧୬୬ ଜଣ କର୍ମଚାରୀଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ତେବେ ଗୋଟିଏ ସପ୍ତାହ ଅର୍ଥାତ ଡିସେମ୍ବର ମାସ ଶେଷ ସପ୍ତାହରେ ମୋଟ ୩୯ଟି ବିଭାଗ ସହ ୩୦ ଜିଲ୍ଲାର ସମସ୍ତ ବର୍ଗରେ ଏହି ପଦୋନ୍ନତି କରାଯାଇଛି । ତେବେ ସପ୍ତାହେ ମଧ୍ୟରେ ଏତେ ସଂଖ୍ୟକ ପଦୋନ୍ନତି କରି ରେକର୍ଡ କରିଛନ୍ତି ରାଜ୍ୟ ସରକାର ।

ତେବେ ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ କର୍ମଚାରୀ ହଇରାଣ ହରକତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରି ଡିସେମ୍ବର ୩୧ ସୁଦ୍ଧା ଯୋଗ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ପାଇଭ ଟି ପ୍ରଭାବରେ ଗୋଟିଏ ସପ୍ତାହରେ ୩୧୬୬ ଜଣଙ୍କ ପଦୋନ୍ନତି କରାଯାଇଛି ।

ଗ୍ରୁପ-ଏରେ ୮୫୨, ଗ୍ରୁପ-ବିରେ ୫୨୭, ଗ୍ରୁପ-ସିରେ ୧୪୯୬ ଏବଂ ଗ୍ରୁପ-ଡିରେ ୨୯୨ ଜଣଙ୍କ ସହ ଜିଲ୍ଲାସ୍ତରରେ ବିଭିନ୍ନ କର୍ମଚାରୀଙ୍କୁ ମିଶାଇ ୩୧୬୬ ଜଣଙ୍କ ପଦୋନ୍ନତି କରିଛନ୍ତି ସରକାର । ସେହିପରି ବିଭାଗୀୟ ଅନୁସାରେ ଦେଖିବାକୁ ଗଲେ ଗୃହ ବିଭାଗର ୨୩୩୦ ଜଣ, କୃଷି ବିଭାଗର ୧୩୦୭ ଜଣ ଏବଂ ସ୍ୱାସ୍ଥ୍ୟ ବିଭାଗରେ ୭୪୮ ଜଣଙ୍କ ପଦୋନ୍ନତି ହୋଇଛି । ତେବେ ପାଇଭ-ଟିର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବେ କର୍ମଚାରୀଙ୍କୁ ଉତ୍ସାହିତ କରିବା ଏବଂ କାମ ପ୍ରତି ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଏଭଳି ପଦୋନ୍ନତି କରିଛନ୍ତି ।