କନକ ବ୍ୟୁରୋ: ୨୦୧୯ରେ ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିବାବେଳେ ଜୟପୁର ବିଧାନସଭା ଆସନରେ ବିଜେଡିକୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ସେହିପରି କୋରାପୁଟ ଲୋକସଭା ଆସନ ବି ଖସି ଯାଇଥିଲା । ହେଲେ, ୨୦୨୪ ନିର୍ବାଚନରେ କେମିତି ବାଜିମାତ କରିହେବ, ସେଥିପାଇଁ ରଣନୀତି କରୁଛି ବିଜେଡି । ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ଗସ୍ତ କରି ଜୟପୁରରେ ବିଜେଡି ପାଇଁ ଭୋଟ ମାଗିଛନ୍ତି ଭି.କେ.ପାଣ୍ଡିଆନ୍ ।

Advertisment

ଗୋଟିଏ ପରେ ଗୋଟିଏ ଜିଲ୍ଳା ଗସ୍ତ ଜାରି ରଖିଥିବା ଭି.କେ.ପାଣ୍ଡିଆନ, କୋରାପୁଟ ଗସ୍ତରେ ଯାଇ ଆୟୋଜିତ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ନବୀନ ସରକାରର ଉନ୍ନତି ମୂଳକ କାମ କରୁଥିବାବେଳେ ବିରୋଧୀ ସବୁବେଳେ ନିନ୍ଦିତ କରି ଆସୁଥିବା ଅଭିଯୋଗ କରିଛନ୍ତି । ଏପରିକି ବିରୋଧୀ ଓଡିଶାକୁ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ବିରୋଧୀଙ୍କୁ ଜବାବ ଦେବା ସହ ଶାସକ ଦଳ ବିଜେଡିକୁ ଭୋଟ୍ ଦେବାକୁ ପାଣ୍ଡିଆନ ଅପିଲ କରିଛନ୍ତି ।

୨୦୧୯ରେ କୋରାପୁଟ ସଂସଦୀୟ କ୍ଷେତ୍ର ବିଜେଡି ହାତରୁ ଖସି ଯାଇଥିଲା । ତେଣୁ ୨୦୨୪ରେ ପୁଣି କିପରି ଦଳ କେମିତି ମଜଭୁତ ହେବ, ସେଥିପାଇଁ ଦଳୀୟ କର୍ମୀ ଓ ନେତାଙ୍କୁ କେତେକ ପରାମର୍ଶ ଦେଇଛନ୍ତି । ନବୀନଙ୍କ ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ କହିଛନ୍ତି । ତେବେ ପାଣ୍ଡିଆନଙ୍କ କୋରାପୁଟ ଗସ୍ତ ପୂର୍ବରୁ ସୂଚନା ପାଇଁ କେତେକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ପୋଲିସ । କୋରାପୁଟ ବାଟମଂଗଳା ଛକରେ ବିରୋଧ କରିବାକୁ ପ୍ରସ୍ତୁତି ଚଳାଇଥିବାବେଳେ ସେମାନଙ୍କୁ ଉଠାଇ ନେଇଥିଲା ପୋଲିସ ।

କିଛି ଦିନ ପୂର୍ବରୁ ଏକ ସଭା ମଞ୍ଚରୁ ଜୟପୁର ବିଧାୟକ ଶାସକ ଦଳର ନେତାଙ୍କୁ ସଭା ମଂଚରୁ ଚାଲେଞ୍ଜ ଦେଇଥିଲେ । ତାଙ୍କ ସହ ନଲାଗିବାକୁ କହିଥିିଲେ । ତେବେ ପାଣ୍ଡିଆନ କୋରାପୁଟ ଗସ୍ତରେ ଆସି କୋରାପୁଟ ଓ ଜୟପୁରରେ ଦୁଇଟି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଟିପ୍ସ ଦେଇଥିଲେ । କିନ୍ତୁ ପାଣ୍ଡିଆନଙ୍କ ଗସ୍ତ ଭୋଟ ଉପରେ କି ପ୍ରଭାବ ପକାଇବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।