ସମ୍ବଲପୁରରେ ଫାଇଭ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ମା’ ସମଲେଇଙ୍କ ଦର୍ଶନ ପରେ ମହାନଦୀ ମାରାଥନର ଯୋଗଦେଲେ । ଭିଏସଏସ ଷ୍ଟାଡିୟମରେ କ୍ରିକେଟ ଖେଳିଲେ ।

122

କନକ ବ୍ୟୁରୋ: ସମ୍ବଲପୁର ଗସ୍ତରେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଆଜି ଭୋରରୁ ମା’ ସମଲେଇ ମନ୍ଦିର ଯାଇ ମା’ ସମଲେଇଙ୍କୁ ଦର୍ଶନ କରିଛନ୍ତି । ମା’ଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ । ଏହା ପୂର୍ବରୁ ପତାକା ଦେଖାଇ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ ଭି.କେ ପାଣ୍ଡିଆନ୍ । ଜିଲ୍ଲାପଳାଙ୍କ ସମ୍ମିଳନୀ କକ୍ଷରେ ଭୀମସାର ସୁପରିଟେଣ୍ଡେଟ ଓ ଅନ୍ୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏହା ପରେ ଭୀମସାର ଷ୍ଟାଡିୟମ୍ରେ ପହଞ୍ଚିିଥିଲେ ପାଣ୍ଡିଆନ୍ । ସେଠାରେ କିଛି ସମୟ କ୍ରିକେଟ୍ ଖେଳିଥିଲେ । ଏହା ସହ ସେଠାରେ ଜିଲ୍ଲାର ସ୍ପୋର୍ଟସ୍ ଓ ଆଟଲେଟିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ଫାଇଭ୍-ଟି ଅଧ୍ୟକ୍ଷ ।