ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ମୁହଁରେ ନବୀନଙ୍କ ଅକୁହା କଥା । କହିଲେ, ରାଜନୈତିକ କ୍ୟାରିୟର ନୁହେଁ ମହାପ୍ରଭୁଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

105

କନକ ବ୍ୟୁରୋ: ରାଜନୈତିକ କ୍ୟାରିୟର ନୁହେଁ କାଳିଆଙ୍କ କାମକୁ ପ୍ରାଥମିକତା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ରାଜନୈତିକ ଭିବଷ୍ୟତକୁ ଭୃକ୍ଷେପ ନକରି ଶ୍ରୀମନ୍ଦୀର ପରିକ୍ରମା ପ୍ରକଳ୍ପକୁ ହାତକୁ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏଭଳି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଭୁବନେଶ୍ୱରରେ ଆୟୋଜିତ ସହରାଂଚଳ ରୁପାନ୍ତରଣ ସମ୍ପର୍କିତ ଆନ୍ତର୍ଜାତୀକ ସମ୍ମିଳନୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଛରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅକୁହା କାହାଣୀ ସମ୍ପର୍କରେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ ଆହୁରୀ କହିଛନ୍ତି, ନିଆଁରେ ଖେଳିବା ଭଳିଥିଲା ଶ୍ରୀମନ୍ଦିର ରୂପାନ୍ତରଣ ଚ୍ୟାଲେଞ୍ଜ ।

ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଏତେ ଗଭୀର ଭାବେ ଜଡିତ ଯେ ସାମାନ୍ୟତମ ଭୁଲ ପାଇଁ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିବା ସହ ସରକାର ବି ବଦଳିବାର ଆଶଙ୍କା ଥିଲା । ରୁପାନ୍ତରଣ ପ୍ରକଳ୍ପ ପାଇଁ ରୂପେରେଖ ପ୍ରସ୍ତୁତ ସମୟରେ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଭଳି ସତର୍କମୂଳକ ପରାମର୍ଶ ଦେଇଥିଲେ ବୋଲି ଭି.କେ ପାଣ୍ଡିଆନ କହିଛନ୍ତିି ।