୧୦୦ ଦିନରେ ୫ଜି ସ୍ପେକ୍ଟ୍ରମ ପରୀକ୍ଷଣ ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ : ସ୍ପେକ୍ଟ୍ରମ ନିଲାମ ପାଇଁ ସରକାର ସଜବାଜ

Advertisment
୧୦୦ ଦିନରେ ୫ଜି ସ୍ପେକ୍ଟ୍ରମ ପରୀକ୍ଷଣ ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ : ସ୍ପେକ୍ଟ୍ରମ ନିଲାମ ପାଇଁ ସରକାର ସଜବାଜ

source : finance.yahoo.com

ଦୂର ସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି, ୧୦୦ ଦିନରେ ୫ଜି ସ୍ପେକ୍ଟ୍ରମର ଟେଷ୍ଟିଙ୍ଗ ଆରମ୍ଭ କରିବାର ଲକ୍ଷ୍ୟ ଅଛି । ନିଜର କାର୍ଯ୍ୟଭାର ସମ୍ଭାଳିବା ପରେ ମନ୍ତ୍ରାଳୟ ପାଇଁ କାର୍ଯ୍ୟ ଯୋଜନା ନିର୍ଦ୍ଧାରିତ କରି ରବିଶଙ୍କର କହିଛନ୍ତି କି, ୫ଜି ଓ ଅନ୍ୟ ବ୍ୟାଣ୍ଡ ପାଇଁ ସ୍ପେକ୍ଟ୍ରମର ନିଲାମ ଏବର୍ଷ ହେବ ।

publive-image

୫ଜି ମୋବାଇଲ୍ ସେବା ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବ। ବର୍ତ୍ତମାନ ଦେଶରେ ୩ଜି ଓ ୪ଜିର ଯୁଗ ଚାଲିଛି। ୩ଜି ପ୍ରାୟ ବନ୍ଦ ହେବାକୁ ବସିଥିବା ବେଳେ ବହୁଳ ଭାବେ ୪ଜିର ବ୍ୟବହାର ହେଉଛି। ମୁକେଶଙ୍କ କଂପାନି ରିଲାଏନ୍ସ ଜିଓର ଆଗମନ ପରେ ଦେଶରେ ୪ଜି ବିପ୍ଳବ ଆରମ୍ଭ ହୋଇଥିଲା। ଆଉ କିଛି ମାସ ପରେ ଲୋକମାନେ ଏହା ଠାରୁ ଆହୁରି ଉନ୍ନତ ମୋବାଇଲ୍ ସେବା ପାଇବେ। ତାହା ହେଉଛି ୫ଜି। ଏଥିରେ ଅତି ଦ୍ରୁତ ଗତିରେ ଇଣ୍ଟରନେଟ୍ ମିଳିବ। ଆସନ୍ତା ଅକ୍ଟୋବରରେ ଦେଶରେ ଉଭୟ ୪ଜି ଓ ୫ଜି ସ୍ପେକ୍ଟ୍ରମ ନିଲାମ କରିବାକୁ ସରକାର ସଜବାଜ ହେଉଛନ୍ତି।

ଏ ସମ୍ପର୍କରେ କେନ୍ଦ୍ର ଦୂରସଂଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଆଗାମୀ ୧୦୦ ଦିନରେ ୫ଜିର ପରୀକ୍ଷଣ ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ଯେ, ସମାଜର ଅବହେଳିତ ଏବଂ ଦୁର୍ବଳ ବର୍ଗର ଲୋକମାନଙ୍କ ପାଖରେ ଏହି ସେବା ପହଞ୍ଚାଇବାକୁ ଉଦ୍ୟମ କରାଯିବ। ସାମାଜିକ କଲ୍ୟାଣ, ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହାକୁ ବ୍ୟବହାର କରାଯିବ। ଗ୍ରାମାଞ୍ଚଳର ଲୋକମାନେ ଯେଭଳି ଏହି ସୁବିଧା ଅନ୍ୟମାନଙ୍କ ଭଳି ପାଇବେ ତାହାକୁ ନିଶ୍ଚିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe