ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବ ୫ଜି ସେବା: ଦିଲ୍ଲୀରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

112

କନକ ବ୍ୟୁରୋ: ଅକ୍ଟୋବର ୧ରୁ ଆରମ୍ଭ ହେବ ଫାଇଭ ଜି ଯୁଗ । ଶନିବାର ଦିଲ୍ଲୀରେ ଏହି ସେବାକୁ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ୫ଜି ସେବାର ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ଭାରତୀୟ ମୋବାଇଲ କଂଗ୍ରେସ ଉଦଘାଟନ କରିବେ । ୫ଜି ଦ୍ୱାରା ବିନା ପ୍ରତିବନ୍ଧକରେ କଭରେଜ, ହାଇସ୍ପିଡ ଡାଟା, କମ ବିଳମ୍ବତା ଓ ଅଧିକ ବିଶ୍ୱସନୀୟ ଯୋଗାଯୋଗ ଉପଲବ୍ଧ ହେବ । ଏହାଦ୍ୱାରା ଶକ୍ତି, ସ୍ପେକ୍ଟ୍ରମ ଓ ନେଟୱର୍କ ଦକ୍ଷତା ମଧ୍ୟ ବୃଦ୍ଧି ପାଇବ । ୧ ତାରିଖରୁ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ପାଇଁ ଲଂଚ କରାଯିବ ଓ ସାଧାରଣ ଲୋକମାନେ ଏହି ସେବା ପାଇବାକୁ ଆହୁରି ବର୍ଷ ସମୟ ଲାଗିବ ।