କନକ ବ୍ୟୁରୋ: ୫ଜି ସେବା ଆରମ୍ଭ ହେଲେ ଯୋଗାଯୋଗ ଓ ମନୋରଂଜନ କ୍ଷେତ୍ରରେ ନୂଆ ବିପ୍ଲବ ଆସିବ । ନୂଆଦିଲ୍ଲୀରେ ଆରମ୍ଭ ହେଉଥିବା ଇଣ୍ଡିଆ ମୋବାଇଲ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବାର ଶୁଭାରମ୍ଭ କରିବେ ।

Advertisment

ଦେଶର ଯେଉଁ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହେବ ସେଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ମୟୁରଭଂଜ ଜିଲ୍ଲାର ପାହାଡପୁରର ନାଁ ରହିଛି । ଗାଁର ସ୍କୁଲ ଏସଏଲଏସ ସ୍ମାରକୀ ଆବସିକ ବିଦ୍ୟାଳୟରେ ରିଲାଏନ୍ସ ଜିଓ ଦ୍ୱାରା ୫ଜି ସେବାର ଲାଇଭ ପ୍ରଦର୍ଶନ କରାଯିବ । ପାହାଡପୁର ସ୍କୁଲ ପିଲାଙ୍କ ସହ କଥା ହେବେ ମୋଦି ।