କନକ ବ୍ୟୁରୋ: ଦୃଶ୍ୟ ସମାନ, ଦୁଃଖ ସମାନ । ବଦଳିଯାଉଛି ତ’ କେବଳ ଠିକଣା । ଉପାନ୍ତ ମାଲକାନଗିରିରେ ଯେଉଁ ଅବସ୍ଥା, ଫୁଲବାଣୀ ଏବଂ ଅନୁଗୁଳ ଜିଲ୍ଲାର ଅପହଞ୍ଚ ଇଲାକାରେ ସେଇ ଅବସ୍ଥା । କେଉଁଠି ମୋବାଇଲ ଇଣ୍ଟରନେଟ ନାହିଁ, ତ ଆଉ କେଉଁଠି ନେଟୱାର୍କ ଆସୁନି । ଏମାନଙ୍କ ପାଇଁ ଯେମିତି ୫ଜି ସେବା ଏକ ପ୍ରକାର ଉପହାସ । ମୋବାଇଲ ଇଣ୍ଟରନେଟ ସୁବିଧା ନଥିବା ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାରୁ ଏମାନେ ବଞ୍ଚିତ ରହୁଛନ୍ତି ।

Advertisment

ତଥ୍ୟ କହୁଛି-
- ଓଡ଼ିଶାର ୬୨୭୮ ଗାଁକୁ ନାହିଁ ଇଣ୍ଟରନେଟ ସୁବିଧା
- ଦରକାର ଅଛି ୨୫୦୦ ଟାୱାର, ମଂଜୁରୀ ମିଳିଛି ୪୮୮ଟି ଟାୱାର
- ୨୫% ଲୋକଙ୍କ ପାଖରେ ମୋବାଇଲ ଫୋନ ନାହିଁ
- ଓଡ଼ିଶାର ଟେଲିଡେନସିଟି ୭୫%, ଯାହା ଜମ୍ମୁ କାଶ୍ମୀରଠାରୁ ବି କମ୍

ଓଡ଼ିଶାରେ ୫ଜି ସେବା ମିଳିବା ଯେମିତି ଭୁବନେଶ୍ୱର ଓ କଟକ ଲୋକଙ୍କ ପାଇଁ ଖୁସିର ଖବର, ଉପାନ୍ତରେ ମୋବାଇଲ ନେଟୱାର୍କ ନମିଳିବା ତାଠୁ ଅଧିକ ଚିନ୍ତାର ବିଷୟ ।