କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା : ୨୦୨୩ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ମିଳିବ ୫-ଜି ସେବା 

161

କନକ ବ୍ୟୁରୋ:  ଓଡିଶା ପାଇଁ ଖୁସି ଖବର । ୨୦୨୩ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ୫-ଜି ସେବା ଉପଲବ୍ଧ ହେବ । ଏହି ୫-ଜି ସେବା ଓଡ଼ିଶାର ୮ଟି ସହରରେ ଯୋଗାଇ ଦିଆଯିବ । ଏନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ଏହାସହ ଭୁବନେଶ୍ୱର ରେଳଷ୍ଟେସନ ହେବ ବିଶ୍ୱସ୍ତରୀୟ । ଖୁବଶୀଘ୍ର ଷ୍ଟେସନର ନବକଳେବର କରାଯିବ । ପ୍ଲାନିଂ, ଡିଜାଇନ୍ ସହ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି । ଖୁବଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରାଯିବ  । ଯେତେ ଶୀଘ୍ର ଭୂମି ପୂଜନ କରାଯାଇ କାମ ଆରମ୍ଭ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି ଅଶ୍ୱିନୀ ବୈଷ୍ଣବ  ।