ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ଇଂଟରନେଟ ସେବା। ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଜୁଆ ଖେଳ।

ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ଇଂଟରନେଟ ସେବା। ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଜୁଆ ଖେଳ।

କନକ ବ୍ୟୁରୋ: ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ ଆୟୋଜିତ ହୁଏ ଏହି ପାରମ୍ପରିକ ଗଞ୍ଜା ଲଢେଇ ପ୍ରତିଯୋଗିତା । ଲୋକେ ସିଧାସଳଖ ଏହି ପ୍ରତିଯୋଗିତାକୁ ନିଜ ମୋବାଇଲ ଫୋନରେ ଦେଖିପାରିବେ । ଦେଶରେ ୫-ଜି ସେବା ଆରମ୍ଭ ହୋଇସାରିଥିବାରୁ ମୋବାଇଲ ଫୋନରେ ଏଭଳି ପ୍ରତିଯୋଗିତାର ମଜା ଦେବା ପାଇଁ ମସୁଧା କରିଛନ୍ତି ଏହି ବେଆଇନ ଖେଳର ଆୟୋଜକ ।
- ଆନ୍ଧ୍ରରେ ସଂକ୍ରାନ୍ତିରେ ପାଳିତ ହୁଏ ପାରମ୍ପରିକ ଗଞ୍ଜା ଲଢେଇ
- ହେଲେ ଏଥିରେ ବେଟିଂ ହେଉଥିବାରୁ ଚଢାଉ କରୁଛି ପୋଲିସ
- ପୋଲିସ ଚଢାଉରୁ ବଞ୍ଚିବା ପାଇଁ ଅନଲାଇନ କରୁଛନ୍ତି ଆୟୋଜକ
- ସାରାଦେଶରୁ ଅନଲାଇନରେ ବେଟିଂ ପାଇଁ ଆହ୍ୱାନ କରାଯାଉଛି
- ଗୋପନୀୟ ମେସେଜିଂ ଗ୍ରୁପ ସବୁ ତିଆରି କରାଯାଇଛି
- ନିର୍ଦ୍ଧାରିତ ସମୟରେ ଗୋପନୀୟ ସ୍ଥାନରେ ପହଂଚିବାକୁ କୁହାଯାଉଛି
- ଗଞ୍ଜା ଲଢେଇ ପାଇଁ ହୃଷ୍ଟପୁଷ୍ଟ ଗଞ୍ଜା ଧରି ପହଂଚୁଛନ୍ତି ମାଲିକ
- କେଉଁ ଗଞ୍ଜାରେ ଟଙ୍କା ଲଗାଇବାକୁ ଆଗ୍ର୍ହୀ ଅନଲାଇନରେ କରୁଛନ୍ତି ଚୟନ

ବିଶେଷ କରି ପୂର୍ବ ଓ ପଶ୍ଚିମ ଗୋଦାବରୀ, କ୍ରିଷ୍ଣା ଓ ଗୁଂଟର ଜିଲ୍ଲାର ଗ୍ରାମାଂଚଳରେ ଏଭଳି ଖେଳର ଆୟୋଜନ କରାଯାଉଛି । ଯାହାକୁ ଡିଜିଟାଲ କରିବାକୁ ଯୋଜନା ଚଳାଇଛନ୍ତି ଆୟୋଜକ ।
- ଇଂଟରନେଟରେ ଗଞ୍ଜା ବାବଦରେ ଦିଆଯାଉଛି ତଥ୍ୟ
- ଲଢେଇ ଆରମ୍ଭ ହେବାର ଅନ୍ୟୁନ ୧୦ ମିନିଟ ପୂର୍ବରୁ ଲାଗୁଛି ବେଟିଂ
- ଅନଲାଇନରେ ଟଙ୍କା ଗ୍ରହଣ କରୁଛନ୍ତି ଗଞ୍ଜା ଲଢେଇ ଆୟୋଜକ
- ଲଢେଇ ଆରମ୍ଭ ହେବାପରେ ଏହାର ଲାଇଭ ଷ୍ଟ୍ରିମିଂ କରାଯାଉଛି
- ଦେଶର ଯେକୌଣସି ସ୍ଥାନରେ ବସି ଗଞ୍ଜା ଲଢେଇର ମଜା ନେଉଛନ୍ତି ଦର୍ଶକ

ଆମ ରାଜ୍ୟର ଦକ୍ଷିଣାଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଖେଳ ଦେଖିବାକୁ ମିଳେ । ହେଲେ ଲଢୁଆ ଗଞ୍ଜା ଗୋଡରେ ଛୁରୀ ବାନ୍ଧି ଏହାକୁ ରକ୍ତାକ୍ତ ଲଢେଇରେ ପରିଣତ କରିଦେଉଛନ୍ତି ଆୟୋଜକ । ଏପରିକି ଖେଳ ଉପରେ ଜୁଆ ବା ବେଟିଂ ଲାଗୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe