ଗଞ୍ଜା ଲଢେଇ ପାଇଁ ବ୍ୟବହାର ହେଉଛି ୫ଜି ଇଂଟରନେଟ ସେବା। ପୁଲିସ ଭୟରେ ଆନ୍ଧ୍ରରେ ଅନଲାଇନରେ ଚାଲିଛି ଜୁଆ ଖେଳ।

173

କନକ ବ୍ୟୁରୋ: ଦେଶରେ ୫-ଜି ସେବା, ମୋବାଇଲ ନେଟୱର୍କ କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତନ ଆଣିଛି, ତାହା କିଛି ଅସାଧୁ ବ୍ୟକ୍ତିଙ୍କୁ ଫାଇଦା ଆଣିଦେଇଛି । ପୋଲିସ ଚଢାଉରୁ ବର୍ତିବା ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶରେ ଅନଲାଇନରେ ଆୟୋଜନ ହେଉଛି ଗଞ୍ଜା ଲଢେଇ । ସଂକ୍ରାନ୍ତିରେ ଆନ୍ଧ୍ରରେ ଆୟୋଜିତ ହୁଏ ଏହି ପାରମ୍ପରିକ ଗଞ୍ଜା ଲଢେଇ ପ୍ରତିଯୋଗିତା । ଲୋକେ ସିଧାସଳଖ ଏହି ପ୍ରତିଯୋଗିତାକୁ ନିଜ ମୋବାଇଲ ଫୋନରେ ଦେଖିପାରିବେ । ଦେଶରେ ୫-ଜି ସେବା ଆରମ୍ଭ ହୋଇସାରିଥିବାରୁ ମୋବାଇଲ ଫୋନରେ ଏଭଳି ପ୍ରତିଯୋଗିତାର ମଜା ଦେବା ପାଇଁ ମସୁଧା କରିଛନ୍ତି ଏହି ବେଆଇନ ଖେଳର ଆୟୋଜକ ।
– ଆନ୍ଧ୍ରରେ ସଂକ୍ରାନ୍ତିରେ ପାଳିତ ହୁଏ ପାରମ୍ପରିକ ଗଞ୍ଜା ଲଢେଇ
– ହେଲେ ଏଥିରେ ବେଟିଂ ହେଉଥିବାରୁ ଚଢାଉ କରୁଛି ପୋଲିସ
– ପୋଲିସ ଚଢାଉରୁ ବଞ୍ଚିବା ପାଇଁ ଅନଲାଇନ କରୁଛନ୍ତି ଆୟୋଜକ
– ସାରାଦେଶରୁ ଅନଲାଇନରେ ବେଟିଂ ପାଇଁ ଆହ୍ୱାନ କରାଯାଉଛି
– ଗୋପନୀୟ ମେସେଜିଂ ଗ୍ରୁପ ସବୁ ତିଆରି କରାଯାଇଛି
– ନିର୍ଦ୍ଧାରିତ ସମୟରେ ଗୋପନୀୟ ସ୍ଥାନରେ ପହଂଚିବାକୁ କୁହାଯାଉଛି
– ଗଞ୍ଜା ଲଢେଇ ପାଇଁ ହୃଷ୍ଟପୁଷ୍ଟ ଗଞ୍ଜା ଧରି ପହଂଚୁଛନ୍ତି ମାଲିକ
– କେଉଁ ଗଞ୍ଜାରେ ଟଙ୍କା ଲଗାଇବାକୁ ଆଗ୍ର୍ହୀ ଅନଲାଇନରେ କରୁଛନ୍ତି ଚୟନ

ବିଶେଷ କରି ପୂର୍ବ ଓ ପଶ୍ଚିମ ଗୋଦାବରୀ, କ୍ରିଷ୍ଣା ଓ ଗୁଂଟର ଜିଲ୍ଲାର ଗ୍ରାମାଂଚଳରେ ଏଭଳି ଖେଳର ଆୟୋଜନ କରାଯାଉଛି । ଯାହାକୁ ଡିଜିଟାଲ କରିବାକୁ ଯୋଜନା ଚଳାଇଛନ୍ତି ଆୟୋଜକ ।
– ଇଂଟରନେଟରେ ଗଞ୍ଜା ବାବଦରେ ଦିଆଯାଉଛି ତଥ୍ୟ
– ଲଢେଇ ଆରମ୍ଭ ହେବାର ଅନ୍ୟୁନ ୧୦ ମିନିଟ ପୂର୍ବରୁ ଲାଗୁଛି ବେଟିଂ
– ଅନଲାଇନରେ ଟଙ୍କା ଗ୍ରହଣ କରୁଛନ୍ତି ଗଞ୍ଜା ଲଢେଇ ଆୟୋଜକ
– ଲଢେଇ ଆରମ୍ଭ ହେବାପରେ ଏହାର ଲାଇଭ ଷ୍ଟ୍ରିମିଂ କରାଯାଉଛି
– ଦେଶର ଯେକୌଣସି ସ୍ଥାନରେ ବସି ଗଞ୍ଜା ଲଢେଇର ମଜା ନେଉଛନ୍ତି ଦର୍ଶକ

ଆମ ରାଜ୍ୟର ଦକ୍ଷିଣାଞ୍ଚଳରେ ମଧ୍ୟ ଏଭଳି ପାରମ୍ପରିକ ଖେଳ ଦେଖିବାକୁ ମିଳେ । ହେଲେ ଲଢୁଆ ଗଞ୍ଜା ଗୋଡରେ ଛୁରୀ ବାନ୍ଧି ଏହାକୁ ରକ୍ତାକ୍ତ ଲଢେଇରେ ପରିଣତ କରିଦେଉଛନ୍ତି ଆୟୋଜକ । ଏପରିକି ଖେଳ ଉପରେ ଜୁଆ ବା ବେଟିଂ ଲାଗୁଛି ।