ରିଲିଆନ୍ସ ଜିଓ -୫ ଜି ଓ ଆମେରିକୀୟ ଟେକ୍ନୋଲୋଜି କ୍ୱାଲକମ୍ ସହିତ ମିଳିତ ଭାବେ ଭାରତରେ ୫-ଜି ମୋବାଇଲ ନେଟୱାର୍କର ସଫଳତାପୁର୍ଣ୍ଣ ପରୀକ୍ଷଣ ।

426

କନକ ବ୍ୟୁରୋ : ରିଲିଆନ୍ସ ଜିଓ ହାତରେ ଲାଗିଛି ପୁଣି ଏକ ବଡ ସଫଳତା । ରିଲିଆନ୍ସ ଓ ଆମେରିକୀୟ ଟେକ୍ନୋଲୋଜି ମିଳିତ ଭାବେ ଭାରତରେ ୫-ଜି ମୋବାଇଲ ନେଟୱାର୍କର ସଫଳ ପରୀକ୍ଷଣ କରିଛନ୍ତି । ଏହି ୨ କମ୍ପାନୀ ଅକ୍ଟୋବର ୨୦ ତାରିଖରେ ଆମେରିକାର ସାନ ଡିଏଗୋ ଠାରେ ଏକ ଭଚ୍ୟୁଆଲ ଇଭେଣ୍ଟରେ ଏହା ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ଭାରତରେ ମୋବାଇଲ ଉପଭୋକ୍ତା ମାନେ ଖୁବ୍ଶୀଘ୍ର ୫-ଜି ନେଟୱାର୍କର ସୁବିଧା ପାଇପାରିବେ ବୋଲି ଅନୁମାନ କରାଯାଉଛି । ମନିକଣ୍ଟ୍ରୋଲର ସୂଚନା ମୁତାବକ ଜିଓ ଓ କ୍ୱାଲକମ୍ ଘୋଷଣା କରିଛନ୍ତି କି ସେମାନେ ୫ ଜିଏନଆର ସଲ୍ୟୁସନ୍ ଓ କ୍ୱାଲକମ୍ ଆରଏଏନ ସଲ୍ୟୁସନ୍ ପ୍ଲାଟଫର୍ମ ମାଧ୍ୟମରେ ୧ ଜିବିପିଏସ୍ ରୁ ଅଧିକ ଗତି ହାସଲ କରିଛନ୍ତି । ବର୍ତମାନ ଆମେରିକା, ସାଉଥକୋରିଆ, ଅଷ୍ଟ୍ରେଲିଆ,ସ୍ୱିଜରଲ୍ୟାଣ୍ଡ, ଓ ଜର୍ମାନୀ ଭଳି ଦେଶରେ ୫ ଜି ଗ୍ରାହକ ମାନେ ୧ ଜିବିପିଏସ୍ ରୁ ଅଧିକ ସ୍ପିଡରେ ଡାଟା ସୁବିଧା ପାଉଛନ୍ତି ।

ରିଲିଆନ୍ସ ଜିଓର ସଭାପତି ମେଥ୍ୟୁ ଓମେନ କହିଛନ୍ତି କି କ୍ୱାଲକମ୍ ଓ ରିଲିଆନ୍ସର ସବସିଡାରୀ କମ୍ପାନୀ ରେଡିସିସ୍ ସହିତ ମିଳିତ ଭାବେ ୫ ଜି ଟେକନିକ୍ ଉପରେ କାମ କରୁଛନ୍ତି । କାରଣ ଭାରତରେ କିଭଳି ଖୁବ୍ ଶୀଘ୍ର ୫ ଜି ର ସୁବିଧା ଉପଭୋକ୍ତାଙ୍କୁ ମିଳିପାରିବ । ଏହା ସହ ଭାରତରେ ଲୋକମାନେ ୧ ଜିବପିଏସ୍ ସ୍ପିଡର ଡାଟା ପାଇପାରିବେ ।

ଚଳିତ ବର୍ଷ ଜୁଲାଇ ମାସରେ କ୍ୱାଲକମ ଉଦ୍ୟୋଗର ନିବେଶ ୟୁନିଟ୍ ଇଙ୍କ୍ ଜିଓ ପ୍ଲାଟଫର୍ମରେ ନିବେଶ କରିବାକୁ ଘୋଷଣା କରିଥିଲା । ଜିଓ ପ୍ଲାଟଫର୍ମର ୦.୧୫ ପତିଶତ ଭାଗ ପାଇଁ କ୍ୱାଲକମ୍ ୭୩୦ କୋଟି ଟଙ୍କା ନିବେଶ କରିଛି ।
ରିଲିଆନ୍ସ ଉଦ୍ୟୋଗର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି କି କ୍ୱାଲକମ୍ ସହିତ ମିଳିତ ଭାବେ ଜିଓ ୫ ଜି ଟେକ୍ନୋଲୋଜି ଉପରେ କାମ କରୁଛି । ଯାହା ଦ୍ୱାରା ଭାତରେ ଡିଜିଟାଲ ପ୍ଲାଟଫର୍ମରେ ପରିବର୍ତ୍ତନ ଅଣାଯାଇ ପାରିବ ।