କନକ ବ୍ୟୁରୋ:ଚିନ୍ତା ବଢାଇଲାଣି ନୂଆ ଭୂତାଣୁ । ଥଣ୍ଡା, ଜ୍ୱର ଓ କାଶରେ ଗଲାଣି ଜୀବନ । ‘ଇନଫ୍ଲ୍ୟୁଏନ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ଆକ୍ସନ୍ ମୋଡ୍ରେ କେନ୍ଦ୍ର ସରକାର । ରାଜ୍ୟ ଗୁଡିକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ଓଡିଶାରେ ୫୯ଜଣଙ୍କ ଠାରେ ‘ଏଚ୍୩ଏନ୍୨’ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

Advertisment

ଦେଶରେ ‘ଇନଫ୍ଲ୍ୟୁଏଞ୍ଜା-ଏ’ ଉପ-ପ୍ରଜାତି ‘ଏଚ୩ଏନ୨’ ଭୂତାଣୁ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ ପରେ ଓଡ଼ିଶାରେ ସାମନାକୁ ଆସିଲା ଚିନ୍ତା ବଢ଼ାଇଲା ଭଳି ଖବର । ଜାନୁଆରୀ ଓ ଫେବ୍ରୁଆରୀ ମାସରେ ରାଜ୍ୟରେ ୨୨୫ ନମୁନା ପରୀକ୍ଷା ହୋଇଥିଲା, ସେଥିମଧ୍ୟରୁ ୫୯ ଜଣଙ୍କ ଠାରେ ଚିହ୍ନଟ ହୋଇଛି ‘ଏଚ୍୩ଏନ୍୨’ ଭୂତାଣୁ । ଏ ନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ଗତ ୨-୩ ମାସ ହେଲା ରାଜ୍ୟରେ ଥଣ୍ଡା, ଜ୍ୱର, କାଶରେ ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଗାଇଡ୍ଲାଇନ୍ ଜାରି କରିନାହିଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦେଶରେ ଏଚ୍୩ଏନ୍୨ ଆକ୍ରାନ୍ତ ୨ ଜଣଙ୍କୁ ମୃତ୍ୟୁ ପରେ ରାଜ୍ୟଗୁଡିକୁ ଚିଠି ଲେଖି ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଚିଠି ।

ଏଥିରେ କୁହାଯାଇଛି ଯେ, ଦେଶରେ ସକ୍ରିୟ ରହିଛି ‘ଇନଫ୍ଲ୍ୟୁଏଞ୍ଜା-ଏ’ ଉପ-ପ୍ରଜାତି ‘ଏଚ୩ଏନ୨’, ‘ଏଚ୧ଏନ୧’, ଆଡେନୋଭାଇରସ୍
ଡିସେମ୍ବରରୁ ‘ଏଚ୍୩ଏନ୍୨’ ଭୂତାଣୁ ଚିହ୍ନଟ ହେବା ପରେ ଚିନ୍ତା ବଢିଛି
କିଛି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ିଛି
ନୂଆ କରୋନା ମାମଲା କମ୍ ରହିଲେ ବି ସତର୍କ ରହିବା ଜରୁରୀ
ଅନେକଙ୍କ କ୍ଷେତ୍ରରେ ସ୍ୱଳ୍ପ ଲକ୍ଷଣ ରହିଛି
କିଛି କ୍ଷେତ୍ରରେ ଜ୍ୱର, ଥଣ୍ଡା, କାଶ ଲାଗି ରହୁଛି
ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ହେଉଛି
ବୟସ୍କ, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ସାଂଘାତିକ ହୋଇପାରେ

କିପରି ସଂକ୍ରମଣକୁ ରୋକା ଯାଇପାରିବ, ଏ ନେଇ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାସ୍ଥ୍ୟ ସଚିବ, ତାଙ୍କ ଚିଠିରେ କହିଛନ୍ତି -

କିପରି ସଂକ୍ରମଣରେ ଲାଗିବ ବ୍ରେକ୍?

ବାରମ୍ବାର ହାତ ଧୋଇବା
କାଶ ବା ଛିଙ୍କ ହେଲେ ଟିସୁ କିମ୍ବା କହୁଣୀରେ ମୁହଁକୁ ଢାଙ୍କିବା
ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବା
ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବା
ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଦେଲେ ସଙ୍ଗରୋଧ ରହିବା ଆବଶ୍ୟକ
କରୋନା ଭଳି ମାର୍ଗଦର୍ଶିକା ଜାରି କରି ସ୍ଥିତି ଉପରେ ରାଜ୍ୟ ଓ ଜିଲ୍ଲାସ୍ତରରେ ନଜର ରଖାଯାଉ
ହସ୍ପିଟାଲଗୁଡିକୁ ପ୍ରସ୍ତୁତ ରଖିବା ସହ ଔଷଧ, ଅକ୍ସିଜେନ୍ ମହଜୁଦ ରଖାଯାଉ
ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଉ
କରୋନା ମହାମାରୀ ପରେ ଦେଶରେ ଏବେ ଚିନ୍ତା ବଢ଼ାଇଛି ଥଣ୍ଡା, ଜ୍ୱର, କାଶ । ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ଏଚ୩ଏନ୨ ଭୂତାଣୁ ।