ଦୁନିଆର ୨୦୦୦ ସବୁଠାରୁ ବଡ ସୁଚୀବଦ୍ଧ କମ୍ପାନୀଙ୍କ ସୂଚୀରେ ଭାରତର ୫୭ କମ୍ପାନୀକୁ ସ୍ଥାନ ମିଳିଛି । ରିଲା ଏନ୍ସ ଇଣ୍ଡଷ୍ଟ୍ରିଜ୍ ଦେଶର ଏକମାତ୍ର କମ୍ପାନୀ, ଯିଏ ଶୀର୍ଷ ୨୦୦ କମ୍ପାନୀରେ ସ୍ଥାନ ରଖିବାରେ ସଫଳ ହୋଇଛି । ପ୍ରତିଷ୍ଠିତ ପତ୍ରିକା ଫୋବର୍ସ ଏହି ସୂଚୀ ଜାରି କରିଛି । ଫୋବର୍ସର ବିଶ୍ୱ ସ୍ତରୀୟ ୨୦୦୦ କମ୍ପାନୀର ସୂଚୀ-୨୦୧୯ରେ ପ୍ରଥମ ସ୍ଥାନରେ ଚୀନର ଇଣ୍ଡଷ୍ଟ୍ରିଆଲ ଆଣ୍ଡ କମର୍ସିଆଲ ବ୍ୟାଙ୍କ ଅଫ୍ ଚାଇନା (ଆଇସିବିସି) । ଏହା ଲଗାତାର ସପ୍ତମ ଥର ଶୀର୍ଷ ସ୍ଥାନରେ ରହିଆସିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏହି ସୂଚୀରେ ୭୧ତମ ସ୍ଥାନରେ ଅଛି ।
ପେଟ୍ରୋଲିୟମ ଏବଂ ଗ୍ୟାସ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବିଶ୍ୱସ୍ତରୀୟ ରାଙ୍କିଙ୍ଗ ୧୧, ଯେବେକି ଏହି କ୍ଷେତ୍ରରେ ପ୍ରଥମ ସ୍ଥାନରେ ରୟାଲ ଡଚ୍ ଶେଲ ଅଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକମାତ୍ର ଭାରତୀୟ କମ୍ପାନୀ, ଯିଏ ଶୀର୍ଷ ୨୦୦ କମ୍ପାନୀର ସୂଚୀରେ ସ୍ଥାନ ବନାଇବାରେ ସଫଳ ରହିଛି । ଶୀର୍ଷ ୨୦୦୦ କମ୍ପାନୀରେ ଏଚଡିଏଫସି ବ୍ୟାଙ୍କ(୨୦୯ତମ), ଓଏନଜିସି(୨୨୦), ଇଣ୍ଡିଆନ ଓଏଲ(୨୮୮) ଓ ଏଚଡିଏଫସି ଲିମିଟେଡ୍(୩୩୨) ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/img_106399_ambahi_bg.jpg)
/kanak/media/post_attachments/wp-content/uploads/2019/06/x-750x430-300x172.png)