ଡେରାଡୂୁନ ଠାରେ ଥିବା ଆଇଏଏସ୍ ଟ୍ରେନିଂ ସେଣ୍ଟରରେ ୫୭ ଟ୍ରେନି ଆଇଏଏସ୍ କରୋନା ପଜିଟିଭ୍ । ୩ ଡିସେମ୍ବର ଯାଏ ସଂସ୍ଥାନ ବନ୍ଦ । ଅନଲାଇନ୍ ରେ ହେବ ଟ୍ରେନିଂ

169

କନକ ବ୍ୟୁରୋ : କରୋନା ମାହାମରୀ ଏବେ ସାରା ବିଶ୍ୱକୁ କବଳିତ କରିଛି । ଏହି କ୍ରମରେ ଡେରାଡୁନ ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀ ରେ ଟ୍ରେନିଂ ନେଉଥିବା ଆଇଏଏସ୍ ମାନଙ୍କ ମଧ୍ୟରୁ ୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏତେ ମାତ୍ରାରେ ସଂକ୍ରମଣକୁ ଦେଖି ଏକାଡେମୀକୁ ଡିସେମ୍ବର ୩ ତାରିଖ ଯାଏ ବନ୍ଦ କରାଯାଇଛି ।
ଆଜି (ରବିବାର) ଏକଡେମୀର ଜଣେ ଅଧିକାରୀ କହିଛନ୍ତି ଏଠାରେ ସମସ୍ତ ଟ୍ରେନି ମାନଙ୍କର କୋଭିଡ ଟେଷ୍ଟ ହୋଇଥିବା ବେଳେ ୫୭ ଜଣ ଟ୍ରେନି ଆଇଏଏସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କାରଣରୁ ୩ ଡିସେମ୍ବର ଯାଏ ଏକାଡେମୀକୁ ବନ୍ଦ ରଖାଯାଇଛି । ଏକାଡେମୀ ବନ୍ଦ ରହିଲେ ବି ଟ୍ରେନିଂ ସହ ଅନ୍ୟ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍ ମାଧ୍ୟମରେ କରାଯିବ । ପରିସ୍ଥିତିକୁ ନଜର ରଖା ଯାଇଛି । ଯଦି ଏହାର ସୁଧାର ଆସେ ତାହେଲେ ୪ ଡିସେମ୍ବରରେ ଏକାଡେମୀ ପୁଣି ଖୋଲାଯିବ ।
ଅନ୍ୟପଟେ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ୍ ମାନଙ୍କୁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଥିବା ଏକ କ୍ୱାରେଣ୍ଟିନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ଠାରୁ ଆଜି (ରବିବାର) ଯାଏ ହୋଇଥିବା କୋଭିଡ ଟେଷ୍ଟରେ ଏକାଡେମୀରୁ ମୋଟ ମୋଟ ୫୭ ଜଣ ଟ୍ରେନି ଆଇଏଏସ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏକାଡେମୀରେ ଏଭଳି ସ୍ଥିତି ଦେଖିବା ପରେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଓ ବାରମ୍ବାର ହାତକୁ ଧୋଇବା ନେଇ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରାଯାଇଛି ।