କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ । ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧୦୬କୁ ବୃଦ୍ଧି ପାଇଛି । ପ୍ରଥମ ଥର ପାଇଁ ଗୋଟିଏ ଦିନରେ ଏତେ ସଂଖ୍ୟାରେ ପଜିଟିଭ୍ ମାମଲା ଆସିଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୧୩୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୪୨୫ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି । ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା ଏନଡିଆରଏଫ୍ କର୍ମଚାରୀ ଥିବା ଜଣାଯାଇଛି। ଆଜି ୧୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ବରଗଡ଼ : ୨୧, ଭଦ୍ରକ : ୧ ,ବଲାଙ୍ଗୀର : ୧୯ , କଟକ : ୮୧ , ଢେଙ୍କାନାଳ : ୩ , ଗଞ୍ଜାମ : ୨୮୩ , ଜଗତସିଂହପୁର : ୬ , ଯାଜପୁର : ୩ , ଝାରସୁଗୁଡ଼ା : ୨ , କଳାହାଣ୍ଡି : ୫ , କେନ୍ଦ୍ରାପଡ଼ା : ୨ , କେନ୍ଦୁଝର : ୬ , ଖୋର୍ଦ୍ଧା : ୨୬ , କୋରାପୁଟ : ୪ , ମୟୁରଭଞ୍ଜ : ୧୦ , ପୁରୀ : ୧ , ରାୟଗଡ଼ା : ୭୬ , ସମ୍ବଲପୁର : ୮ , ସୁନ୍ଦରଗଡ଼ : ୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ମୋଟ୍ ୫୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୬୭ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/07/13-3.jpg)