ଋଣ ସୁଜିପାରିଲେନି ବୋଲି... ଜଙ୍ଗଲେ ୧୭ବର୍ଷ ଜୀବନ କାଟିଲେ ବୃଦ୍ଧ

Advertisment
ଋଣ ସୁଜିପାରିଲେନି ବୋଲି... ଜଙ୍ଗଲେ ୧୭ବର୍ଷ ଜୀବନ କାଟିଲେ ବୃଦ୍ଧ

କର୍ଣ୍ଣାଟକରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର ଜଣେ ବ୍ୟକ୍ତି ୧୭ବର୍ଷ ହେବ ଘଞ୍ଚ ଜଙ୍ଗଲ ଭିତରେ ନଷ୍ଟ ହୋଇଯାଇଥିବା ନିଜର ଆମ୍ବାସଡର କାର ଭିତରେ ଜୀବନ ବିତାଉଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଚନ୍ଦ୍ରଶେଖର ଗୌଡ଼ା ବୋଲି ଜଣାପଡ଼ିଛି। ତାଙ୍କୁ ଏବେ ୫୬ବର୍ଷ ହୋଇଛି। କୁହାଯାଉଛି କି ସେ କୃଷି ଋଣ ସୁଜି  ନପାରିବାରୁ ୧.୫ ଏକର ଜମି ହରାଇ ଦେଇଥିଲେ। ଏହାପରେ ସେ ଘଞ୍ଚ ଜଙ୍ଗଲକୁ ଯାଇ ନିଜର କାର ଭିତରେ ଜୀବନ ଜିଇଁବାକୁ ଲାଗିଥିଲେ।

ଚନ୍ଦ୍ରଶେଖର ଅନେକ ଦିନ ହେବ ଦକ୍ଷିଣ କନ୍ନଡ଼ ଜିଲ୍ଲାର ସୁଲିଆ ନିକଟସ୍ଥ ଘଞ୍ଚ ଜଙ୍ଗଲରେ ରହି ଆସୁଛନ୍ତି। ତାଙ୍କ ପାଖରେ ପହଞ୍ଚିବାକୁ ହେଲେ ଜଙ୍ଗଲରେ ପାଖାପାଖି ୩ରୁ ୪କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ହେବ। ଏହାପରେ ଏକ ବାଉଁଶରେ ବନ୍ଧା ହୋଇଥିବା ଏକ ଛୋଟିଆ ପ୍ଲାଷ୍ଟିକ୍ ସିଟ ନଜର ଆସିବ। ସେଠାରେ ତାଙ୍କର ପୁରୁଣା ଆମ୍ବାସଡର କାର ବି ଛିଡା ହୋଇଥିବା ଦେଖିବାକୁ ମିଳିବ। ୧୭ବର୍ଷ ଧରି ଘଞ୍ଚ ଜଙ୍ଗଲରେ ରହିବା ହେତୁ ଖାଇବା ପିଇବା ଠିକ ନାହିଁ। ସେଥିପାଇଁ ସେ ଦୁର୍ବଳ ହୋଇଯିବା ସହ ତାଙ୍କ ମୁଣ୍ଡର ଅଧା କେଶ ମଧ୍ୟ ଝଡ଼ି ଗଲାଣି। ଚନ୍ଦ୍ରଶେଖରଙ୍କ ପାଖରେ ଦୁଇଖଣ୍ଡ କପଡ଼ା ଥିବା ବେଳେ ଏକ ରବରର ଚପଲ ରହିଛି। ପ୍ରଥମେ ପ୍ରଥମେ ତାଙ୍କୁ ଏଠାରେ ରହିବାକୁ ବହୁତ ଅସୁବିଧା ହେଉଥିଲା। କିନ୍ତୁ ଧୀରେଧୀରେ ଜଙ୍ଗଲରେ କିପରି ରହିବାକୁ ହୁଏ ତାହା ସେ ଶିଖି ଯାଇଥିଲେ।

publive-imageଚନ୍ଦ୍ରଶେଖରଙ୍କ ପାଖରେ ନେକରାଲ କେମରାଜେ ଗ୍ରାମରେ ୧.୫ ଏକର ଜମି ରହିଥିଲା। ଯେଉଁଠାରେ ସେ ଚାଷ କରୁଥିଲେ। ସବୁକିଛି ଠିକଠାକ ଚାଲୁଥିଲା। କିନ୍ତୁ ୨୦୦୩ ମସିହାରେ ସେ ଏକ ସହକାରୀ ବ୍ୟାଙ୍କରୁ ୪୦,୦୦୦ ଟଙ୍କାର କରଜ ନେଇଥିଲେ। ଅନେକ ଚେଷ୍ଟା ପରେ ବି ସେ ଉକ୍ତ ଟଙ୍କାକୁ ସୁଜି ପାରି ନଥିଲେ। ଏଭଳି ପରିସ୍ଥିତିରେ ବ୍ୟାଙ୍କ ତାଙ୍କ ଜମି ନିଲାମ କରି ଦେଇଥିଲା। ଏହି ଘଟଣାପରେ ଚନ୍ଦ୍ରଶେଖର ଭାଙ୍ଗି ପଡ଼ିଥିଲେ। ଏହାପର ଠାରୁ ତାଙ୍କ ଜୀବନଶୈଳୀ ପୂରାପୂରି ବଦଳି ଯାଇଥିଲା । ଚନ୍ଦ୍ରଶେଖରଙ୍କ ପାଖରେ ରହିବାକୁ ଘର ନଥିବାରୁ ସେ ତାଙ୍କର ଆମ୍ବାସଡର କାର ନେଇ ଭଉଣୀ ଘରକୁ ଚାଲି ଯାଇଥିଲେ। କିନ୍ତୁ କିଛିଦିନ ସେଠାରେ ରହିବା ପରେ ଭଉଣୀଙ୍କ ସହିତ କୌସଣି କାରଣରୁ ନେଇ ତାଙ୍କର ଝଗଡ଼ା ହୋଇଯାଇଥିଲା। ଏହାପରେ ସେ ଆଉ ସମାଜରେ ନରହି ଏକା ଜୀବନ ବିତାଇବାକୁ ସ୍ଥିର କରି ନିଜର କାର ଯୋଗେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଆଉ ସେଠାରେ ରହିବାକୁ ଲାଗିଥିଲେ । ପାଖରେ ଥିବା ଏକ ନଦୀରେ ସେ ସ୍ନାନ କରିବା ସହିତ ଜଙ୍ଗଲରୁ କାଟିକୁଟା ସଂଗ୍ରହ କରି ଟୋକେଇ ବୁଣନ୍ତି। ଏହାକୁ ଜଙ୍ଗଲ ନିକଟରେ ଥିବା ଏକ ଦୋକାନରେ ନେଇ ବିକନ୍ତି। ଯେତିକି ଅର୍ଥ ପାଆନ୍ତି ସେଥିରେ ସେ ଡାଲି ଚାଉଳ କିଣି ଆଣନ୍ତି। ତାଙ୍କର ଗୋଟିଏ ଇଚ୍ଛା ସେ ତାଙ୍କ ଜମିକୁ ଫେରି ପାଇବେ। ଏଥିପାଇଁ ସେ ନିଜର ସମସ୍ତ ଦସ୍ତାବିଜକୁ ଏଯାବତ ସାଇତି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe