କନକ ବ୍ୟୁରୋ: କେବେ ହେବ ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି । ଏନେଇ ଏବେବି କିଛି କହିହେଉନାହିଁ । ମାରିୟୁପୋଲକୁ ଦଖଲକୁ ନେବା ପରେ ଏବେ ଖାରକିବ୍ ସହର ଉପରେ ଲଗାତାର ମିସାଇଲ ମାଡ କରୁଛି ଋଷ । ଶୁକ୍ରବାର ଏହି ସହର ଉପରେ ୨୪ ଘଣ୍ଟା ଭିତରେ ୫୬ ଥର ଆକ୍ରମଣ କରିଛି ଋଷ ।
ଋଷ ଆକ୍ରମଣରେ ୟୁକ୍ରେନର ଅଧିକାଂଶ ସହର ଛାରଖାର ହୋଇଛି । ହଜାର ଲୋକ ପ୍ରାଣ ହରାଇଛନ୍ତି । ଏହା ସତ୍ତେ୍ୱ ଆକ୍ରମଣ ଜାରି ରଖିଛି ଋଷ ସେନା । କୁହାଯାଇଛି ଋଷର ସର୍ବବୃହତ୍ତ ଯୁଦ୍ଧପୋତକୁ ସମୁଦ୍ର ପଥରେ ଆକ୍ରମଣ କରି ଧ୍ୱଂସ କରିବା ପରେ ଆହୁରି ଆକ୍ରମଣାତ୍ମକ ହୋଇଉଠିଛି । ଏପ୍ରିଲ ୨୨ ତାରିଖ ଶୁକ୍ରବାର ଖାରକିବ୍ ଉପରେ ଗୋଟିଏ ପରେ ଗୋଟିଏ ୫୬ ଥର ଆକ୍ରମଣ କରିଛି ।
ଅନ୍ୟପଟେ ନିଜ ଜିଦିରୁ ବି ପଛକୁ ଘୁଞ୍ଚୁନି ୟୁକ୍ରେନ । ଏଜେନ୍ସି ମୁତାବକ, ନିକଟରେ କାନାଡା ୟୁକ୍ରେନକୁ ହତିଆର ପାିଁ ଆର୍ଥିକ ସହାୟତା ଯୋଗାଇଛି କାନାଡା ।