ଶିକ୍ଷାଗତ ଯୋଗ୍ୟତା କମ୍, କିନ୍ତୁ ଦରମା ଅଧିକ । ପ୍ରତିବାଦରେ ରାଜରାସ୍ତାରେ ଗ୍ରାଜୁଏଟ୍ ଅଙ୍ଗନୱାଡି ସୁପରଭାଇଜର ।

400

କନକ ବ୍ୟୁରୋ : ମହିଳା ଓ ଶିଶୁ ବିକାଶ ବିଭାଗର ଅଜବ ନିୟମକୁ ବିରୋଧ କରି ୧୭ ଦିନ ହେଲା ଲୋୟର ପିଏମଜିରେ ବସିଛନ୍ତି ୫୫୭ ଅଙ୍ଗନୱାଡି ଗ୍ରାଜୁଏଟ୍ ସୁପରଭାଇଜର । ମାଟ୍ରିକ ପାସ କରି ସୁପରଭାଇଜରଙ୍କ ଦରମା ୬୦ରୁ ୭୦ ହଜାର ଥିବାବେେଳେ ଗ୍ରାଜୁଏଟ ସୁପରଭାଇଜରଙ୍କ ଦରମା ମାତ୍ର ୧୬,୮୮୦ ଟଙ୍କା ଥିବା ଅଭିଯୋଗ କରିଛନ୍ତି ଧାରଣା ଆନ୍ଦୋଳନରତ ସୁପରଭାଇଜର । ଚାକିରୀକୁ ନିୟମିତ କରିବା ସହ ବାକି ଏରିଅର ଦରମା ନ ମିଳିବା ପର୍ଯ୍ୟନ୍ତ ରାଜରାସ୍ତାରେ ପଡି ରହିବେ ବୋଲି ଶୁଣାଇଛନ୍ତି ଚରମବାଣୀ ।

ଶିକ୍ଷାଗତ ଯୋଗ୍ୟତା କମ୍ କିନ୍ତୁ ଦରମା ଅଧିକ । ପ୍ରତିବାଦରେ ରାଜରାସ୍ତାରେ ଅଙ୍ଗନୱାଡି ସୁପରଭାଇଜର । ସମ୍ବିଧାନର ଧାରା ୧୪ ଅନୁଯାୟୀ ସମାନ କାମକୁ ସମାନ ଦରମା । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ଆଇସିଡିଏସ ଅଧୀନରେ ଥିବା ଅଙ୍ଗନୱାଡି ସୁପରଭାଇଜରଙ୍କ କ୍ଷେତ୍ରରେ ଦେଖାଦେଇଛି ବ୍ୟତିକ୍ରମ । ମାଟ୍ରିକ ପାସ କରି ସୁପରଭାଇଜରଙ୍କ ଦରମା ୬୦ରୁ ୭୦ ହଜାର କିନ୍ତୁ ଗ୍ରାଜୁଏଟ ସୁପରଭାଇଜରଙ୍କ ଦରମା ମାତ୍ର ୧୬,୮୮୦ ଟଙ୍କା । ୨୦୦୮ରୁ ଗ୍ରାଜୁଏଟ ଏବଂ ୫ ବର୍ଷର ଅଭିଜ୍ଞତା ଥିବା ୫୫୭ଜଣ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯାଇଛି ପ୍ରମୋସନ କିନ୍ତୁ ସେମାନଙ୍କର ନିଯୁକ୍ତି ସ୍ଥାୟୀ ହୋଇନାହିଁ କିମ୍ବା ମିଳିନି ବର୍ଦ୍ଧିତ ଦରମା ।

ଗ୍ରାଜୁଏଟ ସୁପରଭାଇଜର ଏବଂ ମାଟ୍ରିକ୍ ପାସ କରିଥିବା ସୁପରଭାଇଜରଙ୍କ ପ୍ରମୋସନ ପାଇଁ ଗୋଟିଏ ନିର୍ଦ୍ଦେଶନାମା ବାହାରିଥିଲା । ତେବେ ଦୁହିଁଙ୍କ ଭିତରେ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ମହିଳା ଓ ଶିଶୁ ବିକାଶ ବିଭାଗର ଏହି ଅଜବ ନିୟମକୁ ଗଲା ୧୭ ଦିନ ଧରି ବିରୋଧ କରି ଲୋୟର ପିଏମଜିରେ ବସିଛନ୍ତି ୫୫୭ ଗ୍ରାଜୁଏଟ ସୁପରଭାଇଜର ।

ଚାକିରିକୁ ନିୟମିତ କରାଯିବା ସହ ବାକି ଏରିଅର ଦରମା ନ ମିଳିବା ପର୍ଯ୍ୟନ୍ତ ରାଜରାସ୍ତାରେ ପଡିରହିବେ ବୋଲି ଶୁଣାଇଛନ୍ତି ଚରମବାଣୀ । ରାଜ୍ୟରେ ଆଇସିଡିଏସ ଅଧିନରେ ବର୍ତମାନ ୩୩୮ଟି ପ୍ରକଳ୍ପ କାର୍ଯ୍ୟକରୁଛି । ଏକ ଲକ୍ଷ ଚାଳିଶ ହଜାରରୁ ଅଧିକ ଅଙ୍ଗନୱାଡି କର୍ମୀ, ସହକର୍ମୀ ଏବଂ ମିନି ଅଙ୍ଗନୱାଡି କର୍ମୀ କାର୍ଯ୍ୟରତ ଅଛନ୍ତି । ପ୍ରାୟ ୨୩୦୦ ଆଙ୍ଗନୱାଡି ସୁପରଭାଇଜର କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୫୫୭ଜଣଙ୍କୁ ମିଳୁନି ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ।