ସହିଦନଗର କେଶୁରା ଅଂଚଳରୁ ୫୫୦ ଗ୍ରାମ ବ୍ରାଉନ ସୁଗାର ଜବତ ଘଟଣା : ପୋଲିସ କମିଶନର କହିଲେ କୋଲକାତାରୁ ଜଳେଶ୍ୱର ଦେଇ ରାଜ୍ୟକୁ ଆସୁଛି ବ୍ରାଉନସୁଗାର

88

କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ବ୍ରାଉନସୁଗାର ବ୍ୟାପାର ।  ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି  ।

ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଜଣେ ମହିଳାଙ୍କ ସହ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଘଟଣାରେ ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ତେବେ କୋଲକାତାରୁ ବାଲେଶ୍ୱରର ଜଳେଶ୍ୱର ଦେଇ ଅଧିକାଂଶ ବ୍ରାଉନସୁଗାର ରାଜ୍ୟକୁ ପ୍ରବେଶ କରୁଥିବା ପୋଲିସ କମିଶନର କହିଛନ୍ତି ।