କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ବ୍ରାଉନସୁଗାର ବ୍ୟାପାର । ସହିଦନଗର ଥାନା କେଶୁରା ଅଂଚଳର ଜଣଙ୍କ ଘର ଭିତରୁ ୫୫୦ଗ୍ରାମର ବ୍ରାଉନସୁଗାର ଜବତ କରିଛି ପୋଲିସ । କ୍ୱିକ ଆକ୍ସନ ଟିମ୍ ଓ ସହିଦ ନଗର ପୋଲିସ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି ।
ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଜଣେ ମହିଳାଙ୍କ ସହ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଘଟଣାରେ ଗୋଟିଏ କାର, ୨ଟି ବାଇକ ଜବତ କରାଯାଇଛି । ତେବେ କୋଲକାତାରୁ ବାଲେଶ୍ୱରର ଜଳେଶ୍ୱର ଦେଇ ଅଧିକାଂଶ ବ୍ରାଉନସୁଗାର ରାଜ୍ୟକୁ ପ୍ରବେଶ କରୁଥିବା ପୋଲିସ କମିଶନର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/28-6.jpg)