୫୫ ବର୍ଷ ପରେ ଗଡିବ ଟ୍ରେନ୍ । ୧୭ ଡିସେମ୍ବର ଦିନ ମୋଦି ଓ ହସିନା କରିବେ ଉଦଘାଟନ

324

କନକ ବ୍ୟୁରୋ : ଭାରତ ଓ ବାଂଗଲାଦେଶ ମଧ୍ୟରେ ୫୫ ବର୍ଷ ପରେ ଟ୍ରେନ ଚଳା ଚଳ ହେବ । ଡିସେମ୍ବର ୧୭ ତାରିଖ ଦିନ ପଶ୍ଚିମବଙ୍ଗର ହଲ୍ଦିବାଡି ରୁ ପଡୋଶୀ ବାଂଗଲାଦେଶର ଚିଲହାଟୀ ମଧ୍ୟରେ ରେଳ ଲାଇନର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବାଂଗଲାଦେଶର ପ୍ରଧାନମନ୍ତ୍ରୀ ସେଖ୍ ହାସିନା ।

କୁଚବିହାରର ହଲଦୀବାଡିରୁ ବାଂଗଲାଦେଶର ଚିଲହାଟୀ ପର୍ଯ୍ୟନ୍ତ ଥିବା ରେଳ ଲାଇନ ଟି ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୫ ମସିହାରେ ସଂପର୍କ ଖରାପ ହେବା ପରେ ବନ୍ଦ ରହିଥିଲା । ହେଲେ ଏବେ ଏନଏଫଆରର ପ୍ରମୁଖ ଜନ ସଂପର୍କ ଅଧିକାରୀ ସୁଭାନ ଚନ୍ଦା କହିଛନ୍ତି କି ଡିସେମ୍ବର ୧୭ ତାରିଖ ଦିନ ଉଭୟ ଦେଶର ପ୍ରଧାନମନ୍ତ୍ରୀ ପୁଣି ଥରେ ଏହି ଲାଇନରେ ରେଳ ଚଳା ଚଳ ପାଇଁ ରେଳ ଲାଇନର ଉଦ୍ଘାଟନ କରିବେ ।
ସୂୁଭାନ ଚନ୍ଦା ଆହୁରି କହିଛନ୍ତି କି ଉଦଘାଟନ ପରେ ଚିଲହଟୀରୁ ହଲଦିବାଡି ଯାଏ ଏବେ ମାଲ ଗାଡି ଚଳା ଚଳ କରିବ । ଏହି ରେଳ ଲାଇନ ଟି ଏନଆରଏଫ୍ କଟିହାର ଅଧିନରେ ଯାଉଛି । କଟିହାରର ପ୍ରମୁଖ ରେଳ ପ୍ରବନ୍ଧକ ରବିନ୍ଦ୍ର କୁମାର ବର୍ମା କହିଛନ୍ତି କି ରେଳ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ଏହି ରେଳ ଲାଇନ ଖୋଲିବା ନେଇ ସୂଚନା ଦେଇଥିଲେ ।
ଏନଆରଏଫ୍ ର ସୂଚନା ମୁତାବକ ଆର୍ନ୍ତରାଷ୍ଟ୍ରୀୟ ସୀମାରୁ ହଲଦିବାଡି ଷ୍ଟେସନର ଦୂରତା ମାତ୍ର ୪.୫ କିଲୋମିଟର । ହେଲେ ବାଂଗଲାଦେଶର ଚିଲହାଟୀର ଦୂରତା ୭.୫ କିଲୋମିଟର । ହଲଦିବାଡି ଓ ଚିଲହାଟୀ ଦୁଇଟି ଯାକ ଷ୍ଟେସନ ସିଲିଗୁଡି ଓ କୋଲକତା ମଧ୍ୟରେ ଥିବା ପୁରୁଣା ବ୍ରାଣ୍ଡ ଗେଜ୍ ରେଳ ଲାଇନ ମଧ୍ୟରେ ଥିଲା । ଯାହାକି ବର୍ତମାନ ବାଂଲାଦେଶ ସୀମା ଦେଇ ଯାଉଛି ।
ଏହି ରେଳ ଲାଇନରେ ଯାତ୍ରୀବାହି ଟ୍ରେନ ଚଳା ଚଳ ହେବା ପରେ ଜଳପାଇଗୁଡି ଯାଉଥିବା ଯାତ୍ରୀଙ୍କୁ କେବଳ ୭ ଘଂଟା ସମୟ ଲାଗିବ । ହେଲେ ଏବେ ୧୨ ଘଂଟା ସମୟ ଲାଗୁଛି ।