ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ରାଜମହଲ ଛକରେ ଏକାଠି ହେଲେ ସହ ସହ ସଫେଇ କର୍ମଚାରୀ । ୫୫ଟି ୱାର୍ଡ ପ୍ରଭାବିତ ।

111

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ସଫେଇ କର୍ମଚାରୀଙ୍କ ଝାଡୁ ଛାଡ଼ ଆନ୍ଦୋଳନ । ୧୫ ହଜାର ଟଙ୍କା ମାସିକ ପାରିଶ୍ରମିକ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଆଜି ପୁଣି ରାଜମହଲ ଛକରେ ଏକାଠି ହୋଇଛନ୍ତି । ଏହା ପରେ ସଫେଇ କର୍ମଚାରୀମାନେ ଶୋଭାଯାତ୍ରା କରି ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଯିବେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜଣାପଡ଼ିଛି ।

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଭୁବନେଶ୍ୱରର ୫୫ଟି ୱାର୍ଡ ପ୍ରଭାବିତ ହୋଇଛି । ଦାବି ପୂରଣ ନହେଲେ ରାସ୍ତାରେ ଅଳିଆ ପକାଇବେ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି । ପ୍ରତି ୱାର୍ଡରେ ଥିବା ଅଳିଆ ଉଠାଇବେ ନାହିଁ ବୋଲି କହିଛନ୍ତି । ଗତକାଲି ପ୍ରାୟ ୧ ଘଂଟା ଧରି ସଫେଇ କର୍ମଚାରୀମାନେ ରାଜମହଲ ଓଭରବ୍ରିଜ୍ ତଳେ ବସିଥିଲେ । ଏହା ପରେ ମେୟର ସୁଲୋଚନା ଦାସ ବୈଠକ ପାଇଁ ଡାକିଥିଲେ । ଏକ ଘଂଟା କାଳ ବୈଠକ ବସିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନଥିଲା ।