ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ କରୋନା ପଜିଟିଭ୍ ଚିହ୍ନଟ । ରୋଗୀ ଓ ରୋଗୀଙ୍କ ସହାୟକ ସଂକ୍ରମିତ, ଏସସିବିରୁ ୧୧ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା…

223

କନକ ବ୍ୟୁରୋ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରୁ ୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୮ ରୋଗୀ ହୋଇଥିବାବେଳେ ସହାୟକ ଓ ନର୍ସ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏତେ ସଂଖ୍ୟାରେ କ୍ୟାନସର ରୋଗୀ କରୋନା ସଂକ୍ରମିତ ହେବା ଚିନ୍ତା ଜନକ ବିଷୟ । କାରଣ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ୁଥିବା ରୋଗୀଙ୍କୁ କରୋନା ହେବା ସେମାନଙ୍କ ପାଇଁ ବିପଦକୁ ଅଧିକ ବଢ଼ାଇ ଦେଇଛି ।

ଏହା ପୂର୍ବରୁ ଏହି ହସ୍ପିଟାଲରୁ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ଆଟେଂଡାଂଟ ରହିଛନ୍ତି । ଏଥିସହ ଆଜି କଟକ ଏସସିବି ମେଡିକାଲରୁ ମଧ୍ୟ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ହସ୍ପିଟାଲରେ ଥିବା ଅନ୍ୟ ରୋଗୀ, ଡାକ୍ତର, କର୍ମଚାରୀଙ୍କର ମଧ୍ୟ କୋଭିଡ୍ ପରୀକ୍ଷା କରାଯିବ ।