ଆଜି ପୈତୃକ ଗାଁକୁ ଫେରିବ ସହିଦ ଓଡିଆ ଯବାନଙ୍କ ମରଶରୀର । କେନ୍ଦୁଝର ଘସିପୁରାରେ ଶୋକାକୂଳ ପରିବେଶ । ଗତକାଲି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିଲେ ଯବାନ

କନକ ବ୍ୟୁରୋ: ମାଲକାନଗିରି ସୀମାନ୍ତ ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଆଜି ତାଙ୍କ ପୈତୃକ ଗାଁକୁ ଫେରିବ । ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ଓଡିଆ ଯବାନ ହେଉଛନ୍ତି କେନ୍ଦୁଝରର ଘସିପୁରା ଅଂଚଳର ନଦୁଆଁ ଗାଁର ବ୍ରଜମୋହନ ବେହେରା । ଗାଁରେ ଏକ ପ୍ରକାର ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ରୋଡ୍ ଅପନିଂ ଡ୍ୟୁରିରେ ବାହାରିଥିଲେ ୧୬୮ ବାଟାଲିଅନର ଯବାନ । ବୁଲେଟପ୍ରୁଫ୍ ଗାଡିରେ ପାଟ୍ରୋଲିଂ ଚାଲିଥିଲା । ଏହି ସମୟରେ ମାଓବାଦୀ ଖଂଜିଥିବା ଏକ ଲ୍ୟାଣ୍ଡମାଇନ୍ ବିସ୍ପୋରଣ ହୋଇଥିଲା । ଘଟଣାସ୍ଥଳରେ ସିଆରପିଏଫର ବରିଷ୍ଠ ଅଧିକାରୀ ପହଁଚିବା ସହ କମ୍ବିଂ ଅପରେସନ ଜୋରଦାର କରାଯାଇଛି ।

publive-image

ଉଲ୍ଲେଖ ଥାଉ କି, ଛତିଶଗଡ଼ର ବିଜାପୁରରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ସୁରକ୍ଷାକର୍ମୀ ଯାଉଥିବା ଏକ ବୁଲେଟପ୍ରୁଫ୍ ଗାଡ଼ିକୁ ଉଡାଇ ଦେଇଛନ୍ତି। ଏହି ଘଟଣାରେ ୫ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୁରୁତର ଆହତ ହୋଇଥିବା ଯବାନଙ୍କୁ ହେଲିକପ୍ଟର ଯୋଗେ ଚିକିତ୍ସା ଲାଗି ରାୟପୁର ସ୍ଥାନାନ୍ତରୀତ କରାଯାଇଛି। ସହିଦ ଯବାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଥିବା ଜଣାପଡ଼ିଛି । ସହିଦ ହୋଇଥିବା ଓଡ଼ିଆ ଯବାନ ବି.ଏମ୍.ବେହେରା ବୁଲେଟପ୍ରୁଫ୍ ଗାଡ଼ି ଚଳାଉଥିଲେ। ତାଙ୍କର ବୟସ ୪୩ ବର୍ଷ ହୋଇଥିବା ବେଳେ ତାଙ୍କର ଘର ଓଡ଼ିଶାର କେନ୍ଦୁଝର ଜିଲ୍ଳାରେ ବୋଲି ପ୍ରାଥମିକ ସୂଚନାରୁ ଜଣାଯାଇଛି।ଘଟଣାରେ ହୋଇଥିବା ଅନ୍ୟ ଯବାନ ହେଲେ ମୀର ମୈତୁର ରେହମାନ (୩୦), ଏଏଚ ପ୍ରବୀଣ (୨୧) ଓ ଜି ଶ୍ରୀନୁ କୁମାର(୨୬)। ଗୁରୁତର ଆହତ ଯବାନଙ୍କ ନାମ ବାବୁ ରାଓ ସିଧେଶ୍ୱର ଓ ହାର୍ଦ୍ଦିକ ସୁରେଶ କୁମାର।

publive-image

ରିପୋର୍ଟ ମୁତାବକ, ବିଜାପୁରର ମୁର୍ଦେଣ୍ଡାରେ ଥିବା ସିଆରପିଏଫର ୧୬୮ ବଟାଲିୟନର କ୍ୟାମ୍ପଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଘଟିଛି। ମୁର୍ଦେଣ୍ଡାରୁ ତିମାପୁର ରାସ୍ତାରେ ପେଟ୍ରୋଲିଂ ପାଇଁ ବାହାରିଥିବା ସିଆର୍ପିଏଫ୍ ଯବାନଙ୍କ ଗାଡ଼ିକୁ ନକ୍ସଲ୍ ଟାର୍ଗେଟ କରିଥିଲେ। ଯବାନଙ୍କ ଚଳପ୍ରଚଳକୁ ଲକ୍ଷ୍ୟ କରି ନକ୍ସଲମାନେ ପୂର୍ବରୁ ଲ୍ୟାଣ୍ଡମାଇନ୍ ଖଞ୍ଜି ରଖିଥିଲେ। ଏହି ଘଟଣା ପରେ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe