କନକ ବ୍ୟୁରୋ : ଆଜି କଟକ ସହରରୁ ମୋଟ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୨୭ ଜଣ ଓ ସ୍ଥାନୀୟ ଅଂଚଳରୁ ୨୬ ଜଣ ଅଛନ୍ତି । କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ସିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସରକାରୀ ସଂଗରୋଧରୁ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ୨ ଜଣ ପୁରୁଷ କୋଭିଡ ଯୋଦ୍ଧା, ୮ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି । ଗୃହ ସଂଗରୋଧରୁ ଚିହ୍ନଟ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଫୁଲନଖରାରୁ ୩ ଜଣ, ଚାଉଳିଆଗଂଜରୁ ୨ ଜଣ, ବାଖରାବାଦ, କନିକା ଛକ, ବିଡ଼ାନାସୀ, ଚାନ୍ଦିନୀ ଛକ, ବିଡାନାସୀ, ଚାନ୍ଦିନିଚୌକ, ଜଗତପୁର, ସିଡିଏ ସେକ୍ଟର-୬, ନୂଆପଡ଼ାରୁ ଜଣେ ଲେଖାଏଁ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/COVID-19-Coronavirus.jpg)