ଭୂତାଣୁ ଭିତରେ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୫,୨୮୧ କରୋନା ଆକ୍ରାନ୍ତ

157

କନକ ବ୍ୟୁରୋ: ଭୂତାଣୁ ଭିତରେ ରାଜ୍ୟ ପାଇଁ ଭଲ ଖବର । ଆଜି କରୋନାରୁ ସୁସ୍ଥ ହେଲେ ଆଉ ୫ ହଜାର ୨୮୧ କରୋନା ପଜିଟିଭ । ସେପଟେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩,୪୨୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୦୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୨୦୪, କଟକରୁ ୫୧୦, ନବରଙ୍ଗପୁରରୁ ୧୩୪, ଝାରସୁଗୁଡାରୁ ୨୪, ଅନୁଗୁଳରୁ ୨୫୩, ମୟୂରଭଞ୍ଜରୁ ୨୭୬, ସମ୍ବଲପୁରରୁ ୪୧, ନୂଆପଡାରୁ ୧୫, ପୁରୀରୁ ୨୩୧, ବରଗଡରୁ ୧୦୪, ଯାଜପୁରରୁ ୩୦୮, ବଲାଙ୍ଗିରିରୁ ୪୧, କେନ୍ଦୁଝରରୁ ୮୪, ଗଞ୍ଜାମରୁ ୪୧, ବାଲେଶ୍ୱରରୁ ୨୮୬, ଗଜପତିରୁ ୩୧, ରାୟଗଡାରୁ ୧୦୩, କଳାହାଣ୍ଡିରୁ ୭୬, ନୟାଗଡରୁ ୧୦୯, ସୋନପୁରରୁ ୫୭, ଜଗତସିଂହପୁରରୁ ୧୮୭, ଦେବଗଡରୁ ୨୧, କେନ୍ଦ୍ରାପଡାରୁ ୨୮୫, କୋରାପୁଟରୁ ୧୪୪, ଭଦ୍ରକରୁ ୨୪୪, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ଢେଙ୍କାନାଳରୁ ୧୬୯ ଓ ବୌଦ୍ଧରୁ ୨୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।