ଦେଶରେ ୨୪ ଘଂଟାରେ ଗଲା ଆଉ ୮୦୩ ଜଣଙ୍କ ଜୀବନ : ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି; ସୁସ୍ଥ ହେଲେଣି ୧୨ ଲକ୍ଷରୁ ଅଧିକ ଆକ୍ରାନ୍ତ

207

କନକ ବ୍ୟୁରୋ : ଦେଶରେ ୨୪ ଘଂଟାରେ  ଯାଇଛି ଆଉ ୮୦୩ ଜଣଙ୍କ ଜୀବନ  । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୫୨ ହଜାର ୫୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧୮ ଲକ୍ଷ ୫୫ ହଜାର ୭୪୬କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଲକ୍ଷ ୩୦ହଜାର ୫୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଲକ୍ଷ ୮୬ ହଜାର ୨୯୮ ଜଣ ସକ୍ରିୟ ଅଛନ୍ତି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨,୦୫୦ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୬୨୯୮ ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୮ ଜଣ, ଆନ୍ଧ୍ରପ୍ରଦେଶରେ ୧୪୭୪ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୦୫ ଜଣ, ବିହାରରେ ୩୨୯ ଜଣ, ଚଣ୍ଡିଗଡ଼ରେ ୧୯ ଜଣ, ଛତିଶଗଡ଼ରେ ୫୮ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୦୪ ଜଣ, ଗୋଆରେ ୫୩ ଜଣ, ଗୁଜରାଟରେ ୨୪୮୬ ଜଣ, ହରିୟାଣାରେ ୪୩୩ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୯୬ଜଣ, ଝାଡ଼ଖଣ୍ଡରେ ୧୧୮ ଜଣ, କର୍ଣ୍ଣାଟକରେ ୨୪୯୬ଜଣ, କେରଳରେ ୮୨ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୮୮୬ ଜଣ, ମହାରାଷ୍ଟ୍ରରେ ୧୫୫୭୬ଜଣ, ମଣିପୁର ୭, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୯୭ ଜଣ, ପୁଦ୍ଦୁଚେରୀରେ ୫୨ ଜଣ, ପଞ୍ଜାବରେ ୪୨୩ ଜଣ, ରାଜସ୍ଥାନରେ ୭୦୩ ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୪୧୩୨ ଜଣ, ତେଲେଙ୍ଗାନାରେ ୫୩୦ ଜଣ, ତ୍ରିପୁରାରେ ୨୭ଜଣ, ଉତ୍ତରାଖଣ୍ଡରେ ୮୬ଜଣ, ଉତ୍ତରପ୍ରଦେଶରେ ୧୭୩୦ ଜଣ ଏବଂ ପଶ୍ଚମବଙ୍ଗରେ ୧୬୭୮ ଜଣ ।