ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି । ରେଳ ପ୍ରକଳ୍ପରେ ଖର୍ଚ୍ଚ ହେବ ୫୨ ହଜାର କୋଟି ଟଙ୍କା, ଓଡିଶାକୁ ମିଳିଲା ୧୦ ହଜାର ୫୩୬ କୋଟି

860

କନକ ବ୍ୟୁରୋ : ଅନ୍ତରୀଣ ବଜେଟରେ ରେଳ ମନ୍ତ୍ରାଳୟକୁ ୨ ଲକ୍ଷ ୫୨ ହଜାର କୋଟି ଟଙ୍କା ଦିଆଯାଇଛି । ସେଥିମଧ୍ୟରୁ ଓଡିଶାକୁ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କା । ବିଭିନ୍ନ ରେଳ ପ୍ରକଳ୍ପ ପାଇଁ ୫୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦୈନିକ ଓଡିଶାରେ ୪୩୭ କିଲୋମିଟର ରେଳ ଲାଇନ୍ କାର୍ଯ୍ୟ ହେଉଛି । ରାଜ୍ୟ ସରକାର ଜମି ସଠିକ୍ ସମୟରେ ଯୋଗାଇଦେଲେ ଏକାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଗକୁ ବନ୍ଦେ ମେଟ୍ରୋ ଟ୍ରେନ- କଟକ, ଭୁବନେଶ୍ୱ. ପୁରୀ ପାଇଁ ଯୋଜନା ହେଉଛି । ପରବର୍ତି ସମୟରେ ଅନ୍ୟ ସହରକୁ ଦିଆଯିବ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।