ଭୁବନେଶ୍ୱରରୁ ଉଦବେଗଜନକ ଭାବେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ରାଜଧାନୀରେ ୫୨ ନୂଆ ପଜିଟିଭ ଚିହ୍ନଟ, ସଙ୍ଗରୋଧ କେନ୍ଦ୍ରରୁ ୩୪ ଓ ଲୋକାଲ କଂଟାକ୍ଟ କେସ୍ ୧୮ ।

1,028

କନକ ବ୍ୟୁରୋ : ସଂଖ୍ୟା ବଢୁଛି, ଚିନ୍ତା ବଢୁଛି । ଭୁବନେଶ୍ୱରରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ରାଜଧାନୀରେ ଆଜି ୫୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୪ ଓ ସ୍ଥାନୀୟ ଅଂଚଳରୁ ୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଭୁବନେଶ୍ୱର ମ୍ୟୁନିସିପାଲଟି ଅଂଚଳର ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଟୁଇଟ କରି ଏହି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଆଜିର ୫୨ ନୂଆ ପଜିଟିଭକୁ ମିଶାଇ ଭୁବନେଶ୍ୱରରେ ୧ ହଜାର ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୪୬ ରହିଛି ।